Site icon UTKAL PRATIDIN

୯ ସହରକୁ ଗଡିବ ମୋ ବସ୍‍ ; ଜଣାନ୍ତୁ କେଉଁ କେଉଁ ସହର ?

5

ସମ୍ବଲପୁର: ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ବସ୍ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ୯ ଟି ସହରାଞ୍ଚକୁ ସାମିଲ ପାଇଁ ଅନୁମୋଦନ କରିଛନ୍ତି। ଏଥିମଧ୍ୟରେ ସମ୍ବଲପୁର-ଝାରସୁଗୁଦା-ବ୍ରଜରାଜନଗର-ବେଲପାହାର କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟର ଆଦି ରହିଛି। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ। ମୋ ବସ୍‌ର ଏହି ସମ୍ପ୍ରସାରଣ ତିନିଟି ଜିଲ୍ଲାର ପ୍ରାୟ ୧୧, ୬୧,୦୦୦ ସହରାଞ୍ଚଳ ଲୋକେଙ୍କୁ ପରିବହନ ସେବା ଯୋଗାଇଦେବ ବୋଲି ସେ କହିଛନ୍ତି।

୬ ନଭେମ୍ବର ୨୦୧୮ରେ ଏସପିଭି କ୍ୟାପିଟାଲ୍ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ଅଧୀନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା। ଏଥିରେ ୩୯୦ ଟି ବସ୍ ଦିନକୁ ୨.୩ ଲକ୍ଷ ଯାତ୍ରୀ ସହଙ୍କୁ ନେବା ଆଣିବା କରିବା ସହ ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲ୍ଲାକୁ ଅର୍ନ୍ତଭୁକ୍ତ କରିଛି। ଗତ ସାଢେ ଚାରି ବର୍ଷ ମଧ୍ୟରେ ଓଡ଼ିଶାର ‘ମୋ ବସ୍’ ସେବା ନାଗରିକଙ୍କ ଦୈନନ୍ଦିନ ଯାତାୟାତକୁ ବହୁ ମାତ୍ରାରେ ସହଜ କରିଛି। ତେବେ କ୍ରୁଟ୍‍ ଭୁବନେଶ୍ୱର ସହରାଞ୍ଚଳ ପରିବହନ କ୍ଷେତ୍ର, କଟକ ସହରାଞ୍ଚଳ ପରିବହନ କ୍ଷେତ୍ର, ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ସହରୀ ବସ୍ ସେବା ଯୋଗାଇବା ପାଇଁ ଅନୁମତି ପାଇଛି ବୋଲି ସଚିବ ସୂଚନା ଦେଇଛନ୍ତି।

Exit mobile version