ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହେବାରେ ଲାଗିଛି ରଣନୀତି । ବିଜେଡିକୁ ଏବେ ଲୋକସଭା ସିଟ୍ ଚିନ୍ତା । ସରକାରଙ୍କୁ ଅଡୁଆରେ ପକାଉଥିବା ସାଂସଦଙ୍କୁ ମାତ୍ ଦେବାକୁ ଏବେ ଚେଷ୍ଟା । ଫୋକସରେ ରହିଛି ୨୦୧୯ ରେ ହାତରୁ ଖସିଯାଇଥିବା ୯ଟି ଲୋକସଭା ସିଟ୍ । କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଭଳି ପଶ୍ଚିମ ଓଡ଼ିଶାର ୫ଟି ଯାକ ସିଟ୍ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦଳୀୟ ନେତାଙ୍କୁ କୁହାଯାଇଛି । ଅନ୍ୟପଟେ ଗତଥର ପଦ୍ମ ଫୁଟିଥିବା ମୟୂରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ପାଇଁ ବି ସ୍ୱତନ୍ତ୍ର ରଣକୌଶଳ ପସ୍ତୁତ କରୁଛି ଦଳ । ତେବେ ପ୍ରେଷ୍ଟିଜିୟସ୍ ଲୋକସଭା ସିଟ୍ ଭୁବନେଶ୍ୱର ଉପରେ ଶଙ୍ଖ ଦଳର ଅଧିକ ଗୁରୁତ୍ୱ ରହିଛି । କାରଣ ଏଠି ସାଂସଦ ବିଜେପିର ଜଣେ ଆଗଧାଡିର ନେତ୍ରୀ ଅପରାଜିତା ଷଡଙ୍ଗୀ ବସିଛନ୍ତି। ରାଜ୍ୟ ସରକାରଙ୍କର ପ୍ରତିଟି କାର୍ଯ୍ୟ ଉପରେ ନଜର ରହିଛି ତାଙ୍କର l ସେ ୫-ଟି ସଚିବଙ୍କ ଗସ୍ତଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଫଳତା ସବୁ ପ୍ରସଙ୍ଗରେ ସରକାରଙ୍କୁ ଖୁବ ଶାଣିତ ଢଙ୍ଗରେ ଆକ୍ରମଣ କରୁଛନ୍ତି l ସବୁ ପ୍ରସଙ୍ଗରେ ସରକାରକୁ ଅଡୁଆରେ ପକାଉଛନ୍ତି ଅପରାଜିତା । ତେଣୁ ତାଙ୍କୁ ମାତ୍ ଦେବା ବିଜେଡି ପାଇଁ ଏକ ବାଦ ଚାଲେଞ୍ଜ ହେଇ ଛିଡା ହୋଇଛି l ତାଙ୍କୁ ମାତ୍ ଦେବାକୁ ବିଜେଡି କାହାକୁ ମୈଦାନକୁ ଓହ୍ଲାଇବ ସେନେଇ ଅଙ୍କ କଷା ଚାଲିଛି । ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ତେବେ ଅପରାଜିତାଙ୍କ ବିପକ୍ଷରେ ଦଳ ମହିଳା ପ୍ରାର୍ଥୀ ଦେବ ନା କୌଣସି ପୁରୁଷ ପ୍ରାର୍ଥୀଙ୍କୁ ଠିଆ କରେଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୂଚନା ଅନୁସାରେ ଶଙ୍ଖଭବନରେ ଖୋର୍ଦ୍ଧା-ଭୁବନେଶ୍ୱର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏନେଇ ଖୁବ୍ ମାନସମନ୍ଥନ ବି ହୋଇଛି। ଅପରପକ୍ଷରେ ଅପରାଜିତା କହିଛନ୍ତି ଯିଏ ବି ଆସନ୍ତୁ ଏଥର ଲୋକେ ହିଁ ନିର୍ବାଚନ ଲଢ଼ିବେ। ସେପଟେ ଭୁବନେଶ୍ୱର ବାଦ ୨୦୧୯ ନିର୍ବାଚନରେ ହାରିଥିବା ଅନ୍ୟ ୮ଟି ଲୋକସଭା ସିଟରେ ବି ବାଜିମାତ୍ ଟାର୍ଗେଟରେ ଅଛି ଦଳ। ବିଶେଷରେ ସୁନ୍ଦରଗଡ଼, ମୟୁରଭଂଜ, ବାଲେଶ୍ୱର, ବରଗଡ଼ ଓ କୋରାପୁଟର ସାଂସଦମାନଙ୍କୁ କେମିତି ହରାଇ ହେବ ସେନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରାଯାଇଛି । ଏଥିସହ ବିଜେଡି ଯେଉଁଠି ଅଳ୍ପ ଭୋଟରେ ଜିତିଥିଲା ତା ପାଇଁ ବି ଚିନ୍ତିତ ରହିଛି l କଳେ ସେ ସିଟରୁ କିଛି ହାତରୁ ଖସିଯିବ ତାକୁ ନେଇ ମଧ୍ୟ ଅଙ୍କ କଷା ହେଉଛି l ଅଧିକ ଲୋକସଭା ସିଟ୍ ଜିତିଲେ ଦିଲ୍ଲୀ ରାଜନୀତିରେ ବିଜେଡି ମୂଲଚାଲ କରିପାରିବ । ଆଉ ଅଧିକ ବିଧାନସଭା ସିଟ୍ ଜିତିଲେ ୧୦ ରୁ ୧୦ ରାଜ୍ୟ ସଭା ସିଟ୍ ବି ହାସଲ କରି ପାରିବ। ଯାହାଦ୍ୱାରା ଜାତୀୟ ରାଜନୀତିରେ ଏକ ନିର୍ଣ୍ଣାୟକ ଭୂମିକା ନେଇ ଛିଡା ହେବ ବିଜେଡି । ତେବେ ଏହି ଲୋକସଭା ସିଟକୁ ନେଇ ଏବେ ମୁହାଁମୁହିଁ ହେଲେଣି ବିଜେଡି-ବିଜେପି ।* ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହେବାରେ ଲାଗିଛି ରଣନୀତି । ବିଜେଡିକୁ ଏବେ ଲୋକସଭା ସିଟ୍ ଚିନ୍ତା । ସରକାରଙ୍କୁ ଅଡୁଆରେ ପକାଉଥିବା ସାଂସଦଙ୍କୁ ମାତ୍ ଦେବାକୁ ଏବେ ଚେଷ୍ଟା । ଫୋକସରେ ରହିଛି ୨୦୧୯ ରେ ହାତରୁ ଖସିଯାଇଥିବା ୯ଟି ଲୋକସଭା ସିଟ୍ । କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଭଳି ପଶ୍ଚିମ ଓଡ଼ିଶାର ୫ଟି ଯାକ ସିଟ୍ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦଳୀୟ ନେତାଙ୍କୁ କୁହାଯାଇଛି । ଅନ୍ୟପଟେ ଗତଥର ପଦ୍ମ ଫୁଟିଥିବା ମୟୂରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ପାଇଁ ବି ସ୍ୱତନ୍ତ୍ର ରଣକୌଶଳ ପସ୍ତୁତ କରୁଛି ଦଳ । ତେବେ ପ୍ରେଷ୍ଟିଜିୟସ୍ ଲୋକସଭା ସିଟ୍ ଭୁବନେଶ୍ୱର ଉପରେ ଶଙ୍ଖ ଦଳର ଅଧିକ ଗୁରୁତ୍ୱ ରହିଛି । କାରଣ ଏଠି ସାଂସଦ ବିଜେପିର ଜଣେ ଆଗଧାଡିର ନେତ୍ରୀ ଅପରାଜିତା ଷଡଙ୍ଗୀ ବସିଛନ୍ତି। ରାଜ୍ୟ ସରକାରଙ୍କର ପ୍ରତିଟି କାର୍ଯ୍ୟ ଉପରେ ନଜର ରହିଛି ତାଙ୍କର l ସେ ୫-ଟି ସଚିବଙ୍କ ଗସ୍ତଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଫଳତା ସବୁ ପ୍ରସଙ୍ଗରେ ସରକାରଙ୍କୁ ଖୁବ ଶାଣିତ ଢଙ୍ଗରେ ଆକ୍ରମଣ କରୁଛନ୍ତି l ସବୁ ପ୍ରସଙ୍ଗରେ ସରକାରକୁ ଅଡୁଆରେ ପକାଉଛନ୍ତି ଅପରାଜିତା । ତେଣୁ ତାଙ୍କୁ ମାତ୍ ଦେବା ବିଜେଡି ପାଇଁ ଏକ ବାଦ ଚାଲେଞ୍ଜ ହେଇ ଛିଡା ହୋଇଛି l ତାଙ୍କୁ ମାତ୍ ଦେବାକୁ ବିଜେଡି କାହାକୁ ମୈଦାନକୁ ଓହ୍ଲାଇବ ସେନେଇ ଅଙ୍କ କଷା ଚାଲିଛି । ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ତେବେ ଅପରାଜିତାଙ୍କ ବିପକ୍ଷରେ ଦଳ ମହିଳା ପ୍ରାର୍ଥୀ ଦେବ ନା କୌଣସି ପୁରୁଷ ପ୍ରାର୍ଥୀଙ୍କୁ ଠିଆ କରେଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୂଚନା ଅନୁସାରେ ଶଙ୍ଖଭବନରେ ଖୋର୍ଦ୍ଧା-ଭୁବନେଶ୍ୱର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏନେଇ ଖୁବ୍ ମାନସମନ୍ଥନ ବି ହୋଇଛି। ଅପରପକ୍ଷରେ ଅପରାଜିତା କହିଛନ୍ତି ଯିଏ ବି ଆସନ୍ତୁ ଏଥର ଲୋକେ ହିଁ ନିର୍ବାଚନ ଲଢ଼ିବେ। ସେପଟେ ଭୁବନେଶ୍ୱର ବାଦ ୨୦୧୯ ନିର୍ବାଚନରେ ହାରିଥିବା ଅନ୍ୟ ୮ଟି ଲୋକସଭା ସିଟରେ ବି ବାଜିମାତ୍ ଟାର୍ଗେଟରେ ଅଛି ଦଳ। ବିଶେଷରେ ସୁନ୍ଦରଗଡ଼, ମୟୁରଭଂଜ, ବାଲେଶ୍ୱର, ବରଗଡ଼ ଓ କୋରାପୁଟର ସାଂସଦମାନଙ୍କୁ କେମିତି ହରାଇ ହେବ ସେନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରାଯାଇଛି । ଏଥିସହ ବିଜେଡି ଯେଉଁଠି ଅଳ୍ପ ଭୋଟରେ ଜିତିଥିଲା ତା ପାଇଁ ବି ଚିନ୍ତିତ ରହିଛି l କଳେ ସେ ସିଟରୁ କିଛି ହାତରୁ ଖସିଯିବ ତାକୁ ନେଇ ମଧ୍ୟ ଅଙ୍କ କଷା ହେଉଛି l ଅଧିକ ଲୋକସଭା ସିଟ୍ ଜିତିଲେ ଦିଲ୍ଲୀ ରାଜନୀତିରେ ବିଜେଡି ମୂଲଚାଲ କରିପାରିବ । ଆଉ ଅଧିକ ବିଧାନସଭା ସିଟ୍ ଜିତିଲେ ୧୦ ରୁ ୧୦ ରାଜ୍ୟ ସଭା ସିଟ୍ ବି ହାସଲ କରି ପାରିବ। ଯାହାଦ୍ୱାରା ଜାତୀୟ ରାଜନୀତିରେ ଏକ ନିର୍ଣ୍ଣାୟକ ଭୂମିକା ନେଇ ଛିଡା ହେବ ବିଜେଡି । ତେବେ ଏହି ଲୋକସଭା ସିଟକୁ ନେଇ ଏବେ ମୁହାଁମୁହିଁ ହେଲେଣି ବିଜେଡି-ବିଜେପି ।
୯ ଲୋକସଭା ସିଟକୁ ହାତେଇବା ପାଇଁ ଅଙ୍କ କଷୁଛି ବିଜେଡି
