Site icon UTKAL PRATIDIN

୭୨ ବର୍ଷ ବୟସ୍କା ମହିଳାଙ୍କ ବୋମା ଗୁଜବ

photo1691213739


 
 
ପୁନେର ଲୋହେଗାଓଁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯେଉଁଠାରେ ୭୨ ବର୍ଷ ବୟସ୍କା ମହିଳା ବୋମା ଗୁଜବ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କୁ ସିଏସ୍ଏଫ୍ ଟିମ୍ ଗିରଫ କରି ମହାରାଷ୍ଟ୍ର ପୋଲିସକୁ ହସ୍ତାନ୍ତର କରିଥିଲା। ମହିଳାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଛି।
ଅଭିଯୁକ୍ତ ମହିଳା ଜଣକ ଗୁରୁଗାଓଁ ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସର ସୂର୍ଯ୍ୟ ବିହାରର ନିତା ପ୍ରକାଶ କୃପାଲାନି ବୋଲି ଜଣାପଡିଛି। ଏହି ଘଟଣା ଘଟିବା ପରେ ସେ ଘରୋଇ ବିମାନ ଧରିବା ପାଇଁ ପୁନେ ବିମାନବନ୍ଦରରେ ପହଞ୍ଚିଥିଲେ।
ସୂଚନା ଅନୁଯାୟୀ, ଯେତେବେଳେ ମହିଳା ସର୍ଚ୍ଚ ବୁଥରେ ପହଞ୍ଚିଥିଲେ ସେତେବେଳେ ସେ କହିଥିଲେ ଯେ ତାଙ୍କ ଦେହରେ ବୋମା ଅଛି। ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଏସ୍ଏଫ୍ ଟିମ୍ ତୁରନ୍ତ ଜରୁରୀକାଳୀନ ପ୍ରୋଟୋକଲ୍ ଆରମ୍ଭ କଲା। ଯାହା ଅଧୀନରେ ସମସ୍ତଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା l ଏହା ସହିତ ବିମାନ ବନ୍ଦରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଥିଲା। ପରେ ସିଏସ୍ଏଫ୍ ଟିମ୍ ମହିଳାଙ୍କ ସମଗ୍ର ଶରୀରକୁ ସ୍କାନ୍ କରାଯାଇଥିଲା l ଏଥିପାଇଁ ବିସ୍ଫୋରକ ଚିହ୍ନଟ ଉପକରଣ ମଧ୍ୟ ବ୍ୟବହୃତ ହୋଇଥିଲା l ବିସ୍ତୃତ ଅନୁସନ୍ଧାନ ପରେ ଜଣାପଡିଛି ଯେ ମହିଳାଙ୍କ ଦାବି ମିଥ୍ୟା ଅଟେ। ଅରାଜକତା ସୃଷ୍ଟି କରିବାକୁ ସେ ଏହା କହିଛନ୍ତି।
ସିଏସ୍ଏଫ୍ କର୍ମଚାରୀମାନେ ମହିଳାଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ, ଯାହା ପରେ ମିଥ୍ୟା ବୋମା ଧମକ ଦେଇଥିବାରୁ ତାଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ ପଞ୍ଜିକରଣ କରିଥିଲା।
ଏହି ମାମଲାରେ ଭିମନ୍ତଲ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ଭିଲାସ ସୋଣ୍ଡେ କହିଛନ୍ତି ଯେ ସାଧୁ ଭାସୱାନୀ ମିଶନର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମହିଳା ପୁନେ ଆସିଥିଲେ। ସେଠାରୁ ସେ ଦିଲ୍ଲୀ ଯାଉଥିଲେ, ଯେତେବେଳେ ଏହି ଘଟଣା ଘଟିଲା | ସିଏସ୍ଏଫ୍ ଅଭିଯୋଗରେ ତାଙ୍କ ବିରୋଧରେ ଆଇପିସିର ଧାରା ୫୦୫ ଏବଂ ୧୮୨ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ନିକଟରେ କେରଳ ର କୋଚିରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ମହିଳା ବ୍ୟାଗରେ ବୋମା ଗୁଜବ ପ୍ରଚାର କରିଥିଲେ। ପୋଲିସର ସୂଚନାନୁସାରେ, ସେ ମୁମ୍ବାଇ ଅଭିମୁଖେ ଇଣ୍ଡିଗୋ ବିମାନରେ ଚଢିବା କଥା ଥିଲା, କିନ୍ତୁ ଚେକ୍ ଇନ୍ ସମୟ ନେଉଥିଲା। ଏଥିରେ ରାଗିଯାଇ ସେ ବ୍ୟାଗରେ ଏକ ବୋମା ଅଛି ବୋଲି ମିଥ୍ୟା ଖବର ଦେଇଥିଲେ। ଏହା ଉପରେ ତାଙ୍କୁ ଗିରଫ କରାଯାଇଥିଲା। ଏସବୁ ହେତୁ ବିମାନଟି ଏକ ଘଣ୍ଟା ବିଳମ୍ବ ହେଲା l

Exit mobile version