Site icon UTKAL PRATIDIN

୭୧ହଜାର ଯୁବ ପିଡିଙ୍କୁ ମିଳିବ ରୋଜଗାର !

20

ଯୁଗପିଢିଙ୍କ ପାଇଁ ଖୁସି ଖବର । ଆଜି ‘ରୋଜଗାର ମେଳା’ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୭୧,୦୦୦ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟରେ ମୋଦୀ ଲୋକଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି ।

ଏହି ରୋଜଗାର ମେଳା ଦେଶର ବିକାଶ କ୍ଷେତ୍ରରେ ଏକ ଫଳପ୍ରଦ ପଦକ୍ଷେପ ବୋଲି ମୋଦୀ କହିଛନ୍ତି ।ଏହି ନିଯୁକ୍ତି ମେଳାରେ ଦେଶର ବିଭିନ୍ନ ରାଜ୍ୟରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଞ୍ଜିନିୟର, ଲୋକୋ ପାଇଲଟ୍‌, ଟେକ୍ସିସିଆନ୍‌,. ନରୀକ୍ଷକ, ଉପ ନୀରିକ୍ଷକ, କନଷ୍ଟେବଲ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଗ୍ରାମୀଣ ଡାକ ସେବକ, ଆୟକର ନୀରିକ୍ଷକ, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ସୁରକ୍ଷା ଅଧିକାରୀ, ପିଏ, ଏମଟିଏ ପରି ପଦ ପାଇଁ ନିଯୁକ୍ତି ପତ୍ର ମିଳିବାର ସୂଚନା ରହିଛି ।

ତେବେ ଏହା କେତେ ମାତ୍ର କାର୍ଯ୍ୟକାରୀ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Exit mobile version