Site icon UTKAL PRATIDIN

୫୦୮ ଷ୍ଟେସନର ପୁନର୍ନିର୍ମାଣ; ଓଡ଼ିଶାରୁ ଏହି ୨୫ଟି ଷ୍ଟେସନ

1

ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେଶନ ଯୋଜନା ଅନ୍ତର୍ଗତ ସାରା ଦେଶରେ ଏସବୁ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପୂର୍ବରୁ ଏକ ଟୁଇଟ କରି ସେ ଅଗଷ୍ଟ ୬କୁ ଐତିହାସିକ ବୋଲି ବର୍ଣ୍ଣନା କରିଥିଲେ।

ପ୍ରାୟ ୨୫ ହଜାର କୋଟି ଟଙ୍କା ବ୍ୟୟରେ ଦେଶରେ ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଅଣାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଆରାମ ତଥା ସୁବିଧା ଉପଲବ୍ଧ କରାଇବ। ଷ୍ଟେଶନଗୁଡିକ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ସହିତ ସୁସଂଗତ ହେବା ପାଇଁ ବିଶେଷ ଯତ୍ନ ନିଆଯିବ। ଆସନ୍ତା ୩୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳ ଷ୍ଟେଶନର ପୁନର୍ନିର୍ମାଣ କାର୍ଯ୍ୟ କରାଯିବ। ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ଏହି ଷ୍ଟେସନଗୁଡିକ ସିଟି ସେଣ୍ଟର ଭାବରେ ବିକଶିତ ହେବ।

Exit mobile version