ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ ସରକାରଙ୍କ ଦ୍ଵାରା ୪୦୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଲଗାତର ଭାବେ ଗତ କିଛି ବର୍ଷ ହେବ ରାଜ୍ୟ ସରକାର ନିଯୁକ୍ତି ପର୍ବ କରି ଏହି ଚାକିରୀ ପ୍ରଦାନ କରିଆସୁଛି । ଆଜି ମଧ୍ୟ ସେହି କ୍ରମରେ ନୂଆ ନିଯୁକ୍ତି ପ୍ରଦାନ କରାଯିବ । ଏହା ଆଜି ଅପରାହ୍ନରେ ରାଜ୍ୟ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ କରାଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ । କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅଧୀନରେ ୪୦୬ଜଣଙ୍କୁ ମୁଖ୍ୟମନ୍ତ୍ରୀ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏଥିରେ ୨୬୧ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଯନ୍ତ୍ରୀ ଏବଂ ୪୩ଜଣ ବିହନ ଉତ୍ପାଦନ ଓ ବିପଣନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ନିକଟ ଅତୀତରେ ୧୮୧ ଜଣଙ୍କୁ ନୂଆ ନିଯୁକ୍ତି ମିଳିଥିଲା । ଏବେ ପୁନଶ୍ଚ ନୂଆ ନିଯୁକ୍ତି ଦିଆଯିବ। ଓଡ଼ିଶା ସରକର ଅନ୍ୟ ସମସ୍ତ କ୍ଷେତ୍ର ପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଦେଶ ବିଦେଶରେ ପରିଚିତ କରିବା ପାଇଁ ସ୍ଵତ୍ତପ୍ରବୁର୍ତ ଭାବେ ପ୍ରୟାସ ଜାରି ରଖିଛନ୍ତି।