ଇଣ୍ଡିଆ-ଓ୍ୱେଷ୍ଟଇଣ୍ଡିଜ୍ ସିରିଜର ଶେଷ ଟି-୨୦ ମ୍ୟାଚରେ ରେ ଭାରତକୁ ୮ ୱିକେଟରେ ପରାସ୍ତ କଲା ଓ୍ୱେଷ୍ଟଇଣ୍ଡିଜ୍ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଫେଲ୍ ମାରିବା ପରେ ସିରିଜ୍ ହାରିଛି ଭାରତ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୧୬୫ ରନ୍ କରିଥିଲା ଭାରତ । ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ ରନ୍ କରିଥିଲେ । ଶେଷରେ ୧୬୬ ରନ୍ ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଓ୍ୱେଷ୍ଟଇଣ୍ଡିଜ୍ ବ୍ୟାଟର । ଘରୋଇ ଦଳ ୨ ଓଭର ବାକି ଥାଇ ଟାର୍ଗେଟକୁ ଅତି ସହଜରେ ହାସଲ କରିଥିଲେ । ଏହା ସହ ସିରିଜ୍ ହାରି ସାରିଛି ଭ୍ରମଣକାରୀ ଦଳ ଭାରତ । ଶେଷ ହୋଇଛି ଭାରତୀୟ ଟିମ୍ର ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତ । ଏସିଆ କପ୍ ପୂର୍ବରୁ ଏପରି ପରାଜୟ ଆଦୌ ଗ୍ରହଣୀୟ ନୁହେଁ । ଟି-୨୦ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ଜିତିଥିଲା ଓ୍ୱେଷ୍ଟଇଣ୍ଡିଜ୍ । ହେଲେ ତୃତୀୟ ଏବଂ ଚତୁର୍ଥ ଟି-୨୦ ମ୍ୟାଚ୍ରେ କମ୍ବ୍ୟାକ୍ କରିଥିଲା ଭାରତୀୟ ଦଳ । ହେଲେ ଶେଷ ମ୍ୟାଚଟିକୁ ଖୁବ ସଜାହାରେ ଜିତି ଓ୍ୱେଷ୍ଟଇଣ୍ଡିଜ୍ ନିଜ ନାଁରେ ସିରିଜ୍ କରିନେଇଛି । ନିକୋଲାସ ପୁରନ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିଲେ l ମ୍ୟାଚ ଆରମ୍ଭରୁ ହିଁ ଭାରତର ପ୍ରଦର୍ଶନ ଠିକ ନଥିଲା । ୧୭ ରନ ଭିତରେ ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ(୫) ଓ ଶୁଭମନ ଗିଲ୍(୯) ପାଭିଲିୟନରୁ ଫେରିଥିଲେ । ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୪୯ ରନ ଯୋଡ଼ିଥିଲେ । ତିଳକ ୧୮ ବଲ୍ରୁ ୩ ଚୌକା ଓ ୨ ଛକା ଜରିଆରେ ୨୭ ରନ କରି ଆଉଟ ହୋଇଥିଲେ । ସଞ୍ଜୁ ସାମସନ(୧୩) , ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୧୪), ଶେଷ ଆଡ଼କୁ ଅକ୍ଷର ପଟେଲ୍(୧୩) କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରି ପାରିଥିଲା। କିନ୍ତୁ ଓ୍ୱେଷ୍ଟଇଣ୍ଡିଜ୍ ନିଜର ସୁନ୍ଦର ପ୍ରଦର୍ଶନୀ ବଳରେ ୨ ଓଭର ପୂର୍ବରୁ ହିଁ ୧୭୧ ରନ କରି ସିରିଜକୁ ନିଜ ଅଧୀନ କରିପାରିଛି l
୩-୨ରେ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ୍
