UTKAL PRATIDIN

୩ ଦିନ ପାଇଁ ଦିଲ୍ଲୀରେ ଲାଗୁ ହେବ ‘ଲକଡାଉନ’

ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ୮-୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ‘ଲକଡାଉନ୍’ ଭଳି ନିୟମ ଲାଗୁ କରାଯାଇଛି। ବିଦ୍ୟାଳୟ, କଲେଜ, ବେସରକାରୀ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ରାସ୍ତା ଉପରେ ମଧ୍ୟ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଛି, ତେଣୁ କେତେକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି l
ବସ୍ ମାର୍ଗରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ନୂଆଦିଲ୍ଲୀ ଅଞ୍ଚଳରେ କେବଳ ମେଡିକାଲ ଜରୁରୀକାଳୀନ ତଥା ଅନ୍ୟାନ୍ୟ ଜରୁରୀ ସେବା ସହ ଜଡିତ ଯାନବାହନ ଚଳାଚଳ କରିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦ ଭଳି ଏନସିଆରର ଅନ୍ୟାନ୍ୟ ସହରର ଲୋକଙ୍କର ମଧ୍ୟ ଏହି ‘ଲକଡାଉନ୍’ ବିଷୟରେ ଅନେକ ପ୍ରଶ୍ନ ରହିଛି।
କେବଳ ଦିଲ୍ଲୀରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ନୋଏଡା, ଗାଜିଆବାଦ, ଗୁରୁଗ୍ରାମ, ଫରିଦାବାଦରେ ଥିବା ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା କୌଣସି ଆଦେଶ ଦିଆଯାଇନାହିଁ। ଦିଲ୍ଲୀ ବ୍ୟତୀତ ଅନ୍ୟ ସହରରେ ୮ ଓ ୯ ସେପ୍ଟେମ୍ବରରେ ବିଦ୍ୟାଳୟଗୁଡ଼ିକ ଖୋଲା ରହିବ l ୮-୧୦ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ମାର୍କେଟ ବନ୍ଦ ରହିବ l କିନ୍ତୁ ନିକଟସ୍ଥ ଅନ୍ୟ ସହରଗୁଡ଼ିକର ବଜାର ସବୁଦିନ ଭଳି ଖୋଲା ରହିବ l

Exit mobile version