
+୨ ପ୍ରଥମ ପର୍ୟ୍ୟାୟ ନାମଲେଖା ପରେ ଅନେକ ସିଟ ଖାଲି ପଡିଛି l ସୂଚନା ଅନୁସାରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ଏବେ ବଳକା ରହିଛି । ଏହାକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଲାଗି ଆବେଦନ ଆହ୍ୱାନ କରାଯାଇଛି । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା କାଲି ତଥା ୧୬ ତାରିଖଠାରୁ ସାମ୍ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ । ଅଗଷ୍ଟ ୨୮ ତାରିଖ ରାତି ୧୧.୪୫ ମିନିଟ ପର୍ୟ୍ୟନ୍ତ ଆବେଦନ କରିହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସେପ୍ଟେମ୍ୱର ୪ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯେଉଁମାନେ ମେଧା ତାଲିକାରେ ସ୍ଥାନ ପାଇଥିବେ ସେମାନେ ୫ ତାରିଖରୁ ୭ ତାରିଖ ମଧ୍ୟରେ ସଂପୃକ୍ତ କଲେଜମାନଙ୍କରେ ରିପୋର୍ଟିଂ କରିବା ସହ ନାମ ଲେଖାଇପାରିବେ । ସେହିପରି ୧୨ ତାରିଖରେ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୩ ତାରିଖରେ ସ୍ପଟ ନାମଲେଖା ହେବ l ତେବେ ଯେଉଁ ବିଦ୍ୟର୍ଥୀମାନେ କୌଣସି କାରଣ ବଶତଃ ରହିଯାଇଛନ୍ତି ନାମ ଲେଖାଇପାରି ନାହାନ୍ତି ତାଙ୍କ ପାଇଁ ଏହା ଏକ ଖୁବ ଭଲ ସୁଯୋଗ l