Site icon UTKAL PRATIDIN

୨୪ ନିର୍ବାଚନ ପାଇଁ କୋଟିଆ ହେବ କି କଣ୍ଟା ?

3

ସରଗରମ ହେଉଛି ରାଜ୍ୟ ରାଜନିତୀ । ବଦଳୁଛି ରାଜନୈତିକ ସମ୍ମୀକରଣ । ୨୪ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଦଳ ପାଇଁ ହୋଇପାରେ ବୁମେରାଂ । କୋଟିଆରେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଖବର ସାମ୍ନାକୁ ଆସୁଛି । ଏପରିକି ଆନ୍ଧ୍ର ଅଧିକାରୀ ମଧ୍ୟ ଆସି ଓଡ଼ିଶାରେ ଡେରା ପକାଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ । ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ ନାରା ଦେବା ପରେ ରାଜନୀତି ତୀବ୍ର ହୋଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗସ୍ତ ପରେ ବିଜେପିକୁ ଉଭୟ ବିଜେଡି ଓ କଂଗ୍ରେସ ଟାର୍ଗେଟ କରିଛନ୍ତି।

ସେପଟେ ବିଜେପି ବିଧାୟକମାନେ କୋଟିଆ ପ୍ରସଙ୍ଗରେ ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଭିତିରି ବୁଝାମଣା କରି କୋଟିଆ ଗ୍ରାମପୁଞ୍ଜକୁ ଓଡ଼ିଶା ସରକାର ଆନ୍ଧ୍ରକୁ ଟେକିଦେବାର ଷଡଯନ୍ତ୍ର ରଚୁନାହାନ୍ତି ତ ବୋଲି ପ୍ରଶ୍ନ ଉଠାଇଛି ବିଜେପି?

ସେପଟେ ଆନ୍ଧ୍ର ମଧ୍ୟ ଏ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିବା କୁହାଯାଉଛି। ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ବୋଲି ଆନ୍ଧ୍ର ପକ୍ଷରୁ କୁହାଯାଇଛି। ସେପଟେ ଧର୍ମେନ୍ଦ୍ରଙ୍କୁ ଯେତେ ବିରୋଧ ହେଲେ ମଧ୍ୟ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ସେ ଯେଉଁ କଡା ଭାଷା ପ୍ରୟୋଗ କରିଛନ୍ତି ତାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ଓଡିଶା ଓ ଓଡ଼ିଆ ପାଇଁ ଏହା ଧର୍ମେନ୍ଦ୍ରଙ୍କ ପ୍ରକୃତ ଭଲ ପାଇବାର ନିଦର୍ଶନ ବୋଲି ଯଦି ପ୍ରକୃତରେ ଓଡ଼ିଶାବାସୀ ଗ୍ରହଣ କରନ୍ତି ତେବେ ଏହା ଧର୍ମେନ୍ଦ୍ର ଓ ରାଜ୍ୟ ବିଜେପି ପାଇଁ ଲାଭଦାୟୀ ହେବ ବୋଲି କୁହାଯାଉଛି। କିନ୍ତୁ ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ଯଦି ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରମନ୍ତ୍ରୀ ଭାବେ ଏହାର ସମାଧାନର ବାଟ ନ କାଢି ରାଜନୈତିକ ଲାଭ ପାଇଁ ଧର୍ମେନ୍ଦ୍ର ଏହା କରୁଛନ୍ତି ବୋଲି ଲୋକେ ଗ୍ରହଣ କରି ନିଅନ୍ତି ତେବେ ବିଜେପି କ୍ଷତି ସହିପାରେ ବୋଲି ଚର୍ଚ୍ଚା ହେଉଛି।

Exit mobile version