ଗତ କିଛି ଦିନରୁ ଲଗାତାର ବର୍ଷା ହେତୁ ସାଧାରଣ ଲୋକମାନଙ୍କ ଜୀବନଶୈଳୀ ଉପରେ ଖରାପ ପ୍ରଭାବ ପଡୁଛି । ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ୩୪ ଜଣ ପ୍ରାଣ ହରାଇଛନ୍ତି |
ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ବୁଡିଯିବା କାରଣରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି |
ଲୋକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଖଃ ପ୍ରକାଶ କରିବା ସହିତ ତୁରନ୍ତ ଏହାର ପ୍ରଭାବରେ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ, ଇଟାୱା, ଉନ୍ନାଓ, ଆଗ୍ରା ଏବଂ ବାଲିଆରେ ବଜ୍ରପାତରେ ୧-୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜାଲୁନ୍, କାନପୁର ଦେହତ୍, କନ୍ନଜ , ଗାଜିପୁରରେ ୨-୨ ଜଣଙ୍କର ମୃତ୍ୟୁ ଘଟିଛି, ମେନ୍ପୁରୀରେ ୪ ଜଣ ପ୍ରାଣ ହରାଇଛନ୍ତି।
ପାଣିରେ ବୁଡ଼ିଯିବା କାରଣରୁ ସନ୍ତ କବୀର ନାଗର ଜିଲ୍ଲାରେ ଦୁଇଜଣ, ବାଦାଉନରେ ଦୁଇ ଜଣ, ବରେଲିରେ ୪ ଜଣ, ରାଏ ବରେଲିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, କୌଶମ୍ବି ଜିଲ୍ଲାର ଏଟା, କନ୍ନଜରେ ଜଣଙ୍କର ମୃତ୍ୟୁ ଘଟିଛି। ମୁଜାଫରନଗରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଦୁଇ ଜଣ ପ୍ରାଣ ହରାଇଛନ୍ତି l
ରବିବାର ଲକ୍ଷ୍ନ ସମେତ ଅନେକ ସହରରେ ପ୍ରବଳ ବର୍ଷା ହୋଇଛି। ଅନ୍ୟପକ୍ଷରେ ସୋମବାର ଏବଂ ମଙ୍ଗଳବାର ଦିନ ଲକ୍ଷ୍ନ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ବୁଧବାର ପର୍ଯ୍ୟନ୍ତ ରାଜ୍ୟର ୬୫ ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଆଜି ସାହାରନପୁର, ମୁଜାଫରନଗର, ବାଗପାଟ, ମେରୁଟ, ବିଜନୋର, ଆମ୍ରୋହା, ମୋରାଡାବାଦରେ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ଏହି ସହରଗୁଡିକ ପାଇଁ କମଳା ରଙ୍ଗ ଜାରି କରାଯାଇଛି l