
୨୨ ଘଣ୍ଟା ପରେ ମିଳିଲା ୨ କାଉଡ଼ିଆଙ୍କ ମୃତଦେହ ସୋର ଦୀର୍ଘ ୨୨ ଘଣ୍ଟା ପରେ ଉଦ୍ଧାର ହେଲା ୨ କାଉଡ଼ିଆଙ୍କ ମୃତଦେହ । ସାଳନ୍ଦୀ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି l ସୋମବାର ଜଳଲାଗି ପାଇଁ ନଦୀରୁ ପାଣି ଭାର ଉଠାଇବା ବେଳେ ନିଖୋଜ ଥିଲେ କାଉଡିଆ । ବାଲେଶ୍ୱର ଜିଲ୍ଲାର ବରଦା ଗାଁ ଦେଇ ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀ ଗାଁର ୧୮ ଜଣ କାଉଡ଼ିଆ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ନେବା ପାଇଁ ଯାଇଥିଲେ । ସବୁ କାଉଡିଆ ଆଗପଛ ହୋଇ ପାଣି ନେଉଥିବା ସମୟରେ ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସିଯିବାରୁ ସେ ପାଣି ରେ ଭାଶି ଯାଇଥିଲେ । ଗତକାଲି ଠାରୁ ଓଡ୍ରାଫ ଟିମ ଦମକଳ ବାହିନୀ ବହୁ ଖୋଜାଖୋଜି କରିବା ପରେ କାଉଡିଆଙ୍କର କୌଣସି ସନ୍ଧାନ ମିଳିନଥିଲା, ଆଜି ଓଡ୍ରାଫ ଟିମ ସାନ ଜୟୀପୁର ଗାଁର ସୁବ୍ରତ ମହାକୁଡ଼ଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି । ଏହି ଦୁଃଖଦ ଘଟଣାରେ ଅଞ୍ଚରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।