Site icon UTKAL PRATIDIN

୨୧ରେ ବାଚସ୍ପତି ନିର୍ବାଚନ ଓ ୨୨ରୁ ମୌସୁମୀ ଅଧିବେଶନ !

WhatsApp Image 2023-08-31 at 13.58.17

ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୪ ଯାଏଁ ଚାଲିବ ଏହି ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । କିନ୍ତୁ ଅଧିବେଶନ ପୂର୍ବରୁ ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ ।

ସୂଚନା ଅନୁସାରେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା । ତେବେ ସେପ୍ଟେମ୍ବର ୨୧ରେ ଏହି ବାଚସ୍ପତି ନିର୍ବାଚନ ହେବ l ସେପ୍ଟେମ୍ବରରେ ନାମାଙ୍କନ ଦାଖଲ ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି । ଏହାପରେ ସେପ୍ଟେମ୍ବର ୨୨ ତାରିଖରେ ମୌସୁମୀ ଅଧିବେଶନର ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି ।

ସେପଟେ ପରବର୍ତ୍ତ ବାଚସ୍ପତି କିଏ ହେବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଗତ ମେ ମାସ ୧୨ତାରିଖରୁ ଏହି ବାଚସ୍ପତି ପଦ ଖାଲି ପଡିଛି l ଗତ ମେ’ ରେ ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଏହି ପଦ ଖାଲି ପଡିଛି । ଏହି ପଦର ସମସ୍ତ ଦାୟିତ୍ୱ ଏବେ ଉପବାଚସ୍ପତି ରଜନୀକାନ୍ତ ସିଂ ସମ୍ଭାଳୁଛନ୍ତି l ତେବେ ସେପ୍ଟେମ୍ବରରେ ବାଚସ୍ପତି ନିର୍ବାଚନ ପରେ ଓଡିଶାକୁ ଏହାର ନୂତନ ବାଚସ୍ପତି ମିଳିବେ l

Exit mobile version