Site icon UTKAL PRATIDIN

୨୦୨୪ ରେ ଲଢିବ ପାଇଁ ପ୍ରସ୍ତୁତ “ଇଣ୍ଡିଆ”

Picsart_23-07-19_14-29-37-813


 
ନୂଆଦିଲ୍ଲୀ: ୨୦୨୪ ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ରାଜନୈତିକ ଦଳ । ଏହାରି ମଧ୍ୟରେ ଉଭୟ ଏନଡିଏ ଓ ୟୁପିଏ ନିର୍ବାଚନ ବୈତରଣୀ ପାର ହେବା ପାଇଁ ପଥ ପ୍ରସ୍ତୁତ କରି ଚାଲିଛନ୍ତି । ୨୦୨୪ର ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଲା । ତାହା ସହ ଚଳିତ ବର୍ଷ ଶେଷ ଆଡ଼କୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ତେଣୁ ଉଭୟ ବିଜେପି ଓ କଂଗ୍ରେସ ବିଧାନସଭା ନିର୍ବାଚନ ଜିତି ମନୋବଳ ଦୃଢ଼ କରିବାର ଚେଷ୍ଟା ଚଳାଇଛନ୍ତି । ଏହାରି ଭିତରେ ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳ ଗଠବନ୍ଧନ କରି ବୈଠକରେ ୟୁପିଏ ବଦଳରେ ନୂଆ ନାମ ‘INDIA’ ( Indian National Democratic Inclusive Alliance) ରଖିବାକୁ ଯୋଜନା କରିଛି । ସୂଚନରୁ ଯାହା ଜଣ ପଡ଼ିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନାମଟିର ପ୍ରସ୍ତାବ ରଖିଥିଲେ। ହେଲେ ଏ ନେଇ ଏବେ ରାଗରେ ବର୍ଷିବାରେ ଲାଗିଛି । ବିଜେପି କହିଛି ଯେଉଁ ଇଂରେଜ ମାନେ ଆମକୁ ଶାସନ କରି ଭାରତର ନାମ ଇଣ୍ଡିଆ ରଖିଲେ କଂଗ୍ରେସ ତାଙ୍କୁ ଅନୁସରଣ କରି ଏପରି ରଖିଛି । ବିଜେପି ଆହୁରି କହିଛି ଯେ, ବ୍ରିଟିଶମାନେ ଆମକୁ “ ଇଣ୍ଡିଆ “ ନାମ ଦେଲେ ଏବଂ କଂଗ୍ରେସ ଏହାକୁ ସଠିକ୍ ଭାବରେ ଗ୍ରହଣ କଲା। ଆମକୁ ଏଥିରୁ ମୁକ୍ତ ହେବାକୁ ପଡିବ। ଆମର ପୂର୍ବପୁରୁଷମାନେ ଭାରତ ପାଇଁ ଲଢିଥିଲେ ଏବଂ ଆମେ ଭାରତ ମାତା ପାଇଁ କାମ କରିବୁ। ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ‘INDIA’ ନାମକ ଏକ ମିଳିତ ମଞ୍ଚ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସ ସମେତ ୨୬ଟି ଦଳର ଏହି ମିଳିତ ମଞ୍ଚର ମୁଖ୍ୟ ଏଜେଣ୍ଡା ହେଉଛି ବିଜେପିର ଏନଡିଏ (ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା। ମାତ୍ର ଲଢେଇ ଏବେ “ଭାରତ” ଓ “ଇଣ୍ଡିଆ” ଭିତରେ ଦେଖିବାକୁ ମିଳିଲାଣି। ବିରୋଧୀ ଦଳ ଏହାକୁ ‘ଟିମ୍ ଇଣ୍ଡିଆ’ ବୋଲି କହୁଥିବାବେଳେ ଭାରତୀୟ ଜନତା ପାର୍ଟି ଏବଂ ଏହାର ନେତା ଏହି ନାମକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ତେବେ ଏହି ନାମର ଲଢେଇ ଭିତରେ ଏବେ ଦେଖିବାକୁ ବାକି ରହିଲା ୨୦୨୪ ଲଢେଇ କିପରି ଲଢ଼ା ଯାଉଚି ଓ ଏଥିରେ କିଏ ବିଜୟ ଲାଭ କରିଛି ।

Exit mobile version