
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ।କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେମଧ୍ୟ ଉପ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି ।ରାଜସ୍ଥାନ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମେଘାଳୟ, ମହାରାଷ୍ଟ୍ର, ମଣିପୁର ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଚଣ୍ଡଗଡ଼ରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି।ପଞ୍ଜାଵ ଓ ଚଣ୍ଡିଗଡ ନୂଆ ରାଜ୍ୟପାଳ ହୋଇଛନ୍ତି ଗୁଲାବ ଚାନ୍ଦ କଟରିଆ,ସେ ପୂର୍ବରୁ ଆସାମର ରାଜ୍ୟପାଳ ଥିଲେ ।
ସେହିପରି ରାଜ୍ୟପାଳର ନୂଆ ରାଜ୍ୟପାଳ ଭାବେ ହରିଭାଓ କିଶାନ ରାଓ ବାଗଦେବଙ୍କୁ ନିଯୁକ୍ତି ଦିଆଯାଇଛି।ଜିଷ୍ଣୁଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି ।ସନ୍ତୋଷ କୁମାର ଗାଙ୍ଗୱାର ଝାରଖଣ୍ଡର ରାଜ୍ୟପାଳ ହୋଇଛନ୍ତି ।ରାଷ୍ଟ୍ରପତି ଓମ ପ୍ରକାଶ ମାଥୁରଙ୍କୁ ସିକିମର ଗଭର୍ଣ୍ଣର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ।ରାମେନା ଡାକେ ଛତିଶଗଡର ଓ ସି ଏଚ ବିଜୟ ଶଙ୍କର ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ।
ସି.ପି ରାଧାକୃଷ୍ଣଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି ।ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କ ସିକିମ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।ଅନ୍ୟପଟେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ଇସ୍ଥପା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।