Site icon UTKAL PRATIDIN

ହ୍ୱିଲ୍ ଚେୟାରରେ ରାଜ୍ୟସଭାରେ ପହଞ୍ଚିଲେ ମନମୋହନ ସିଂ

photo_6237710072499254508_y

ହ୍ୱିଲ୍ ଚେୟାରରେ ରାଜ୍ୟସଭାରେ ପହଞ୍ଚିଲେ ମନମୋହନ ସିଂ ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଦିଲ୍ଲୀ ସେବା ବିଲ୍ ପାସ ଉପରେ ରାଜ୍ୟସଭା ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନାରେ ଭାଗ ନେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ହ୍ୱିଲ୍ ଚେୟାରରେ ପହଞ୍ଚିଥିଲେ। ମନମୋହନ ସିଂଙ୍କ ଉପସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଖରାପ ସ୍ୱାସ୍ଥ୍ୟ ମଧ୍ୟରେ ରାଜ୍ୟସଭାରେ ତାଙ୍କର ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମନମୋହନ ସିଂଙ୍କୁ ୯୦ ବର୍ଷ ବୟସ, ଲୋକମାନେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ଗତକାଲି ରାଜ୍ୟସଭାରେ ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦିଲ୍ଲୀ ସେବା ବିଧେୟକ ଆଗତ କରିଛନ୍ତି । ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୩ ତାରିଖରେ ଏହି ବିଲ୍ ଲୋକସଭାରେ ପାରିତ ହୋଇସାରିଛି । ରାଜ୍ୟସଭାରେ ବିଲ ଆଗତ ହେବାପରେ ପୂର୍ବରୁ ଆମ ଆଦମି ପାର୍ଟିର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗତକାଲି ଏବଂ ଆଜି ଉପସ୍ଥିତ ରହିବା ପାଇଁ ଆପ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ପଣ୍ତା କହିଥିଲେ। ସେହିପରି କଂଗ୍ରେସ ମଧ୍ୟ ସମସ୍ତ ସାଂସଦଙ୍କୁ ଏହି ସମୟରେ ଉପସ୍ଥିତ ରହିବା ପାଇଁ ହୁଇପ୍ ଜାରି କରିଥିଲେ।

Exit mobile version