ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ନିମନ୍ତେ ବଡ଼ ସତର୍କତାର ସୂଚନା । ସତର୍କ ନ ରହିଲେ କେତେବେଳେ ବି ହୋଇପାରନ୍ତି ଠକାମିର ଶିକାରl ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହେବାର ବୋହୁ ସମ୍ଭାବନା ରହିଛି l ଏବେ ୟୁଜର୍ସଙ୍କୁ କୋଲକାତା ପୋଲିସ୍ ସାଇବର ସେଲ୍ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛି। ସହରରେ ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କ ନିକଟରୁ ଅଭିଯୋଗ ମିଳିବା ପରେ ପୋଲିସ୍ ପକ୍ଷରୁ ବିଜ୍ଞ୍ୟାପ୍ତି ଜାରି କରାଯାଇଛି। ପ୍ରଥମେ ଫେସ୍ବୁକ୍ରୁ ଆରମ୍ଭ ହୋଇଥିବା ଏହି ଫ୍ରଡ୍ ଏବେ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଖରେ ପହଞ୍ଚିଛି।
ସୂଚନା ଅନୁସାରେ ଏହା ପୂର୍ବରୁ ହ୍ୟାକର୍ସମାନେ ଫେସ୍ବୁକ୍ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ହ୍ୟାକ୍ କରି ମେସେଞ୍ଜର ଜରିଆରେ ସେମାନଙ୍କ ଫ୍ରେଣ୍ଡ୍ ଲିଷ୍ଟରେ ଥିବା ଲୋକଙ୍କ ସହ ଯୋଗାଯୋଗ କରୁଥିଲେ l ଏହା ପରେ ହ୍ୱାଟ୍ସଆପ୍ ରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି l ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଏଭଳି ସ୍କାମ୍ ସହ ଜଡ଼ିତ ଅନେକ ଘଟଣା ସାମ୍ନାକୁ ଆସିଛି l ଏହି ସମୟରେ ପ୍ରଥମେ ହ୍ୟାକର୍ସମାନେ ଯୋଗ କ୍ଲାସ୍ରେ ଯୋଗ ଦେବା ଆଳରେ ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଅନ୍ୟ ୟୁଜର୍ସଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ୟୁଜର୍ସଙ୍କ ପାଖକୁ ଏକ ଲିଙ୍କ୍ ପଠାଇ ଲିଙ୍କ୍ କ୍ଲିକ୍ କରି ଓଟିପି ଶେୟାର କରିବା ପାଇଁ କହିଥିଲେ । ଏହି ଓଟିପି ଶେୟାର କରିବା ଦ୍ୱାରା ହ୍ୟାକର୍ସମାନେ ୟୁଜର୍ସଙ୍କ ହ୍ୱାଟ୍ସଆପ୍ ନମ୍ବର ଆକ୍ସେସ୍ କରିବା ସହ ପୁରା ଆକାଉଣ୍ଟକୁ ନିଜ ନିୟନ୍ତ୍ରଣାଧୀନ କରିଥିଲେ l
ଟଙ୍କା ଲୋଭାରେ ଏମିତି ହେଉଛି ବୋଲି ଜଣ ପଡିଛି l କାରଣ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ପରେ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କୁ ସେହି ଆକାଉଣ୍ଟରୁ ଟଙ୍କା ମାଗିଥାନ୍ତି ହ୍ୟାକର୍ସମାନେ । ଏହା ବ୍ୟତୀତ ହ୍ୟାକର୍ସମାନେ ହ୍ୟାକ୍ ଆକାଉଣ୍ଟକୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିଥାନ୍ତି।
ଏବେ ଏସବୁର ପର୍ଦାଫାଶ ହେବ ପରେ ପୋଲିସ୍ ପକ୍ଷରୁ ବିଜ୍ଞାପ୍ତି ଜାରି କରି ସତର୍କତାର ବାର୍ତା ଦିଅ ଯାଇଛି l ଏଥିରେ କୁହାଯାଇଛି ଯେ, ଭୁଲ୍ରେ ବି କୌଣସି ଅଜଣା ଲିଙ୍କ୍ରେ କ୍ଲିକ୍ କରିବା ଉଚିତ ନୁହେଁl ଯଦି କ୍ଲିକ୍ କରୁଛନ୍ତି ତା’ହେଲେ ଏହାକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ନଚେତ୍ ଏପରି କରନ୍ତୁ ନାହିଁ। ପୁନଶ୍ଚ ଏହା ମଧ୍ୟ କୁହ ଯାଇଛି କି କୌଣସି ଅଜଣା ବ୍ୟକ୍ତିଙ୍କୁ ଓଟିପି ସେୟାର କରନ୍ତୁ ନାହିଁ l ଯଦି କରୁଛନ୍ତି ଭଲ ଭାବେ ଯାଞ୍ଚ କରି ତା ପରେ କରନ୍ତୁ l ତେଣୁ ଯେଉଁମାନେ ହ୍ୱାଟ୍ସଆପ୍ ଓ ଫେସବୁକ ବ୍ୟବହାର କରୁଛନ୍ତି ସେମାନେ ସାବଧାନତା ଓ ସତର୍କତାର ସହ ଏହାକୁ ବ୍ୟବହାର କରିବା ଉଚିତ l ନଚେତ ଏମିତି ବିଭିନ୍ନ ପ୍ରକାର ଆଳରେ ଆକାଉଣ୍ଟ ହ୍ୟାକ ହେବାର ସମ୍ଭାବନା ରହିଛି l