ସମ୍ବଲପୁର: ଆଜି ହୀରାକୁଦ୍ ଖୋଲିଛି ଆଉ ତିନୋଟି ଗେଟ୍ । ଏବେ ମୋଟ 8 ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ବାମ ପଟର 6 ଟି ଏବଂ ଦକ୍ଷିଣ ପଟର 2 ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବାହାରୁଛି ବନ୍ୟାଜଳ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢୁଛି । ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଗତକାଲି 5ଟି ଗେଟ ଖୋଲିଥିବା ବେଳେ ଆଜି ଆଉ 3 ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 1 ଲକ୍ଷ 9 ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଏବଂ 8 ଟି ଗେଟ୍ ଦେଇ 1 ଲକ୍ଷ 62 ହଜାର 738 ଘନଫୁଟ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ରହିଛି 614.3 ଫୁଟ ।

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦରୁ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ, ପୁନଶ୍ଚ ଆଗାମୀ 24 ଘଣ୍ଟା ମଧ୍ୟରେ ବଙ୍ଗୋପସଗାରରେ ଲଘୁଚାପ କ୍ଷେତ୍ର ସୃଷ୍ଟ ହେବ । ଏହାର ପ୍ରଭାବରେ 25 ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ 3 ଟି ସ୍ଲୁଇସ ଗେଟ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଗତକାଲି 5 ଟି ଗେଟ୍ ଖୋଲାଯାଇଥିଲା । ଆଜି ଆଉ 3 ଟି ଗେଟ୍ ଖୋଲାଯିବା ପରେ ଏବେ ମୋଟ୍ 8 ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।