ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ତବ ଲଗାତାର ଜାରି ରହିଛି । ବର୍ଷା ଓ ଭୂସ୍ଖଳନରେ ସ୍ଥିତି ବେହାଲ । ପ୍ରଭାବିତ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ବାୟୁସେନା ହେଲିକପ୍ଟର । ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେହିପରି ଆଗାମୀ ୨ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ଏବଂ ଉତ୍ତରାଖଣ୍ତରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚମା ଅନୁସାରେ, ଉଦ୍ଧାରକାରୀ ଦଳ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ମନ୍ଦିର ଓ ଘରର ତଳୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ସେହିପରି ସିମଲାର ଶିବ ମନ୍ଦିର ଭୁଶୁଡିବା ମାମଲାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂତନା ରହିଛି । ଶିମଲାରେ ସ୍ଥାନୀୟ କ୍ରୀଷ୍ଣନଗରରୁ ୬ ଆସ୍ଥାୟୀ ଘର ସହ ମୋଟ୍ ୮ଟି ଘର ଭୁଶୁଡ଼ି ପଡିଛି । ରାଜ୍ୟରେ ଖରାପ ପାଗ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସରକାରଙ୍କ ତରଫରୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଗଷ୍ଠ ୧୯ ତାରିଖ ପର୍ଯ୍ୟନ୍ତ ହିମାଚଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ବର୍ତ୍ତମାନ ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ସେନା ବାହିନୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟର୍ ନିୟୋଜିତ ଅଛନ୍ତି । ମଣ୍ତି ଓ ସମିଲା ଜିଲ୍ଲାରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସ୍ଥିତି ଉପରେ ନଜର ରଖିଛନ୍ତି । ସୂଚନା ଅନୁସାରେ , ଚଳିତ ବର୍ଷ ମୋଟ୍ ୧୭୦ରୁ ଅଧିକ ଥର ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହେବା କରାଣରୁ ଅନେକ ଘର ଭାଙ୍ଗିଯାଇଛି । ଅଧିକ ପ୍ରଭାବିତ ହୋଇଥି ସୋନନ, ଶିମଲା, ମଣ୍ତି, ହମିରପୁର ଏବଂ କାଙ୍ଗ୍ରା । ପ୍ରଭାବିତ ସ୍ଥାନରେ ଫସି ଅନେକ ଲୋକ ରହିଥିବାରୁ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।