ହାତୀ ଆକ୍ରମଣରେ ଅନେକ ଧନ-ଜୀବନ କ୍ଷତି ହେବ ପରେ ଏବେ ବନ ବିଭାଗ କର୍ତ୍ତୁର୍ପକ୍ଷ ଏନେଇ ସଚେତନ ହୋଇଛନ୍ତି। ନିକଟ ଅତୀତରେ ଆମେ ଏପରି ଅନେକ ଖବର ଜାଣିବାକୁ ପାଇଛନ୍ତି ଯେଉଁଠି ହାତୀ କାହାକୁ କଚାଡି ମାରିଦେଲାଣି ତ କୋଉଠୁ ଘରଦ୍ୱାର ଭାଙ୍ଗିଦେଲାଣି ଏପରିକି ଗାଡ଼ି ମୋଟର ଉପରେ ମଧ୍ୟ ଆକ୍ରମଣ କରିଛି ହାତୀ। ତେଣୁ ଏସବୁକୁ ଆଖି ଆଗରେ ରଖି ଏବେ ବନବିଭାଗ ଏକ ବଡ଼ ନିଷ୍ପତି ନେଇଛି । ମାଈ ହାତୀ ହେଉ କିମ୍ବା ଦନ୍ତା ହାତୀ ସମସ୍ତଙ୍କ ଦେହରେ ଲାଗିବ ରେଡିଓ କଲାର । ଫଳରେ ହାତୀର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ । ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯାଇ ପରିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ ମଧ୍ୟ କରାଯାଇପାରିବ। ହାତୀ-ମଣିଷ ଲଢ଼େଇରେ ବହୁ ଧନଜୀବନ ନଷ୍ଟ ହୋଇ ସାରିଲାଣି। ଧନ ଜୀବନ ନଷ୍ଟ ରୋକିବାକୁ ବହୁସୂତ୍ରୀ ଫର୍ମୁଲା ଆପଣେଇଛିଜ ବନ ବିଭାଗ । ପୂର୍ବରୁ ଥିବା ଗଜ ସାଥୀ କାର୍ଯ୍ୟକ୍ରମ ସହ ଏଣିକି ଯୋଡ଼ିହେବ ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ୍ ଭଳି ନୂଆ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି । ଏହାଦ୍ୱାରା ଭବିଷ୍ୟତରେ ହାତୀ ଓ ମଣିଷ ଜୀବନ ରକ୍ଷା କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛି ବନ ବିଭାଗ ।
ହାତୀ ମଣିଷ ଲଢେଇରେ ଲାଗିବ ପୂର୍ଣ୍ଣଚ୍ଛେଦ !
