
ଭୁବନେଶ୍ୱର: ପୂର୍ବରୁ ଥିବା ହାଇସ୍କୁଲ ୟୁନିଫର୍ମ ଏବେ ବଦଳିଗଲା। ଏଣିକି ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଦ୍ଵାରା ମିଳିବ ନୂତନ ସ୍କୁଲ ୟୁନିଫର୍ମ । ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ବଣ୍ଟନ ହେବ ନୂଆ ୟୁନିଫର୍ମ । ଏନେଇ ସମସ୍ତ ଜିଲ୍ଲାପାଳ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସରକାରଙ୍କ ତରଫରୁ ଚିଠି କରାଯାଇଛି । ସୂଚନା ଅନୁସାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଦୁଇ ହଳ ୟୁନିଫର୍ମ ସହ ହଳେ ଜୋତା, ୨ ହଳ ମୋଜା । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ସେହିପରି ଡ୍ରେସରେ ଏକ ଲୋଗ ମଧ୍ୟ ରହିବ । ଲୋଗ ରେ ଲେଖା ଯିବ ‘ଆମେ ଗଢିବୁ ନୂଆ ଓଡ଼ିଶା’। ସପ୍ତାହର ଶନିବାର ବ୍ୟତୀତ ଅନ୍ୟ ୫ ଦିନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ୟୁନିଫର୍ମ ପିନ୍ଧିକି ଆସିବେ ଏବଂ ଶନିବାର ଦିନ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ । ଜଣେ ଛାତ୍ରଙ୍କ ପିଛା ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହା ଶିକ୍ଷା କ୍ଷେତ୍ରର ଉନ୍ନତି ସହିତ ଗରିଗ ଛାତ୍ରଛାତ୍ରୀ ଙ୍କ ପାଇଁ ଖୁବ୍ ସହାୟକ ହୋଇପାରିବ । ସରକାରଙ୍କର ଏପରି କିଛି ପଦକ୍ଷେପ ଓ ଯୋଜନା ଦ୍ବାରା ରାଜ୍ୟବାସୀ ଅନେକ ସମୟରେ ଉପକୃତ ହୋଇପାରିଛନ୍ତି ।