Site icon UTKAL PRATIDIN

ସ୍ୱାଧୀନତା ଦିବସରେ ଯୋଗ ଦେବେ ୨୦ ଅତିଥି ନୂଆଦିଲ୍ଲୀ

photo_6253305682866584343_x

ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀର ଉପରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦବୋଧନ ଦେବା ସହିତ ଏହି ଜାତୀୟ ଉତ୍ସବ ପାଳନର ଶୁଭାରମ୍ଭ କରିବେ । ଚଳିତବର୍ଷ ସ୍ୱାଧୀନତା ଦିବସରେ ଗତ କିଛି ବର୍ଷ ଧରି ପାଳିତ ହୋଇ ଆସୁଥିବା ଆଜାଦି କା ଅମୃତ ମହୋତ୍ସବର ଉଦଯାପନ କରାଯିବ । ୭୭ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ଉତ୍ସବକୁ ଅଧିକ ସଂଖ୍ୟାରେ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ମୋଟ ୧୨ଟି ସେଲ୍ଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି । ଏହାର ପୃଷ୍ଠଭୂମିରେ ରହିଛି ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସନ୍ତକ । ଏଥିରେ ଜାତୀୟ ଯୁଦ୍ଧ ସ୍ମାରକ, ଇଣ୍ଡିଆ ଗେଟ୍, ବିଜୟ ଚୌକ, ନୂଆଦିଲ୍ଲୀ ରେଳଷ୍ଟେସନ, ପ୍ରଗତି ମଇଦାନ, ରାଜଘାଟ, ଜାମା ମସ୍ଜିଦ୍, ମେଟ୍ରୋ ଷ୍ଟେସନ୍ସ, ରାଜୀବ ଚୌକ ମେଟ୍ରୋ ଷ୍ଟେସନ, ଦିଲ୍ଲୀ ଗେଟ୍ ମେଟ୍ରୋ ଷ୍ଟେସନ, ଆଇଟିସ ମେଟ୍ରୋ ଗେଟ୍, ନୌବତ ଖାନା ଓ ଶୀଶ୍ଗଞ୍ଜ ଗୁରୁଦ୍ୱାର ସ୍ଥାନ ପାଇଛି । ଏଥିରେ ସ୍ଥାନୀତ ସ୍କିମ୍/ ପ୍ରୟାସ ମଧ୍ୟରେ ରହିଛି ଗ୍ଲୋବାଲ ହୋପ୍, ଭ୍ୟାକ୍ସିନ ଓ ଯୋଗ, ଉଜ୍ଜ୍ୱଳା ଯୋଜନା, ମହାକାଶ ଶକ୍ତି, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ସଶକ୍ତ ଭାରତ, ନୟା ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜଳ ଜୀବନ ମିଶନ ପ୍ରାଚୀରରୁ କରିବେ ପତାକା ଉତ୍ତୋଳନ । ଏହି ଉତ୍ସବ ଦେଖିବା ପାଇଁ ଦେଶର ବିଭିନ୍ନ କ୍ଷେତ୍ରର, ବିଭିନ୍ନ ବର୍ଗର ପ୍ରାୟ ୧୮୦୦ ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି । ସେହିପରି ସ୍ୱାଧୀନତା ଦିବସ ସମାରୋହରେ ଦେଶର ବିଭିନ୍ନ ଅଞ୍ଚଳରୁ ୧ ହଜାର ୮୦୦ ଜଣ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ । ସ୍ୱତନ୍ତ୍ର ଅତିଥିଙ୍କ ମଧ୍ୟରେ ଅଛନ୍ତି ଦେଶର ୬୬୦ପ୍ରାଣବନ୍ତ ଗ୍ରାମର ୪୦୦ରୁ ଅଧିକ ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନ ଯୋଜନାର ୨୫୦ ପ୍ରତିନିଧି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୫୦ ହିତାଧିକାରୀ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ୫୦ ଲାଭାର୍ଥୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଓ ନୂଆ ସଂସଦ ଭବନ ନିର୍ମାଣର ୫୦ ଜଣ ଶ୍ରମଯୋଗୀ ନିର୍ମାଣ ଶ୍ରମିକ, ୫୦ ଜଣ ଖଦୀ କର୍ମୀ, ୫୦ଜଣ ସୀମାନ୍ତ ସଡକ ନିର୍ମାଣରେ ନିୟୋଜିତ କର୍ମୀ, ଅମୃତ ସରୋବର ଯୋଜନା ଓ ହର୍ ଘର୍ ଜଲ୍ ଯୋଜନାରେ ସମ୍ପୃକ୍ତ ୫୦ ଜଣ ଲେଖାଏଁ ବ୍ୟକ୍ତି, ୫୦ ଜଣ କରି ପ୍ରାଥମିକ ସ୍କୁଲ ଶିକ୍ଷକ, ନର୍ସ ଓ ମତ୍ସ୍ୟଜୀବୀ । ତେବେ ଓଡ଼ିଶାରୁ ମଧ୍ୟ ଏଥିରେ ୨୦ ଜଣ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି । ଓଡିଶାରୁ ନିମନ୍ତ୍ରିତ ୨୦ ଜଣ ଅତିଥି ହେଲେ ଗଞ୍ଜାମର କାଣ୍ଡା ଆଲାୟା, କେ ସରସ୍ଵତୀ, ସାବିତ୍ରୀ ଦାସ l ପୁରୀର ଅଶ୍ୱିନୀ କୁମାର ପାଣ୍ଡେl ବଲାଙ୍ଗୀର ସ୍ନିଗ୍ଧା ମେହେର, ଉମେଶ ମେହେର ଓ ଯାଜ୍ଞସେନୀ ପୁଟେଲ l କୋରାପୁଟର ଅକ୍ଷୟ କୁମାର ଜୟଫୁଲା l ନୂଆପଡାର ଯୁବରାଜ ଛତ୍ରିଆ l ସୁବର୍ଣ୍ଣପୁରର ସନ୍ତୋଷିନୀ ମିଶ୍ର l ଅନୁଗୁଳର ବିଭୂପ୍ରସାଦ ବନୋଜ ଓ ମାନସୀ ମୟୀ ପ୍ରଧାନ l ଭଦ୍ରକର ଗଣେଶ ଖମୁରାଇ, ଯଶୋଦାରାଣୀ ଖମୁରାଇ, ରଂଜିତ ପଣ୍ଡା ଓ ଯଶୋମତୀ ପଣ୍ଡା l କନ୍ଧମାଳରୁ ମିନୁରା ପ୍ରଧାନ ଓ ଳୀଳାନ୍ତି ପ୍ରଧାନ l ଢେଙ୍କାନାଳରୁ ମିଲନ ଜ୍ୟୋତି ମଲ୍ଲ ଓ ରଶ୍ମିତା ମଲ୍ଲ l

Exit mobile version