Site icon UTKAL PRATIDIN

ସ୍କୁଲ ୟୁନିଫର୍ମ ରଙ୍ଗକୁ ନେଇ ରାଜନୀତି

23-07-13_11-48-34-766


 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ଦିନ ତଳେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ କୁ ବଦଳାଇ ନୂତନ ୟୁନିଫର୍ମ ବଣ୍ଟନ କରିବାର ନିଷ୍ପତି କ୍ୟାବିନେଟ୍ ବୈଠକରେ ନେଇଥିଲେ। ଏହି ୟୁନିଫର୍ମ ର ରଙ୍ଗ ଧଳା ଓ ଘନନୀଳ ରୁ ହଣ୍ଟର୍ ଗ୍ରୀନ ରଙ୍ଗ କରାଯାଇଛି । ହେଲେ ବର୍ତ୍ତମାନ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେଡି ଉପରେ ଅଙ୍ଗୁଳି ଉଠାଇଛନ୍ତି। ବିରୋଧି ଦଳର କହିବା ଅନୁଯାୟୀ ସରକାର ହଟାଥ୍ ଇଲେକ୍ସନ୍ ପୂର୍ବରୁ ୟୁନିଫର୍ମ ର ରଙ୍ଗକୁ ବଦଳାଇ ନିଜ ଦଳୀୟ ରଙ୍ଗ ସହ ସମାନ କରିଛନ୍ତି। ପୂର୍ବରୁ ୟୁନିଫର୍ମର ରଙ୍ଗ ଧଳା ଓ ଘନନୀଳ ଥିଲା ଯାହାକି ଶାନ୍ତି ଓ ସ୍ଵଚ୍ଛତାର ପ୍ରତୀକ। ହେଲେ ସେ ରଙ୍ଗରେ ଏପରି କ’ଣ ଅସୁବିଧା ପରିଲକ୍ଷିତ ହେଲା ଯେ ସରକାର ତାକୁ ବଦଳାଇ ‘ହଣ୍ଟର୍ ଗ୍ରୀନ’ ରଙ୍ଗ କରିଛନ୍ତି ବୋଲି ଏବେ ପ୍ରଶ୍ନ ଉଠାଇଛି ବିରୋଧି ଦଳ ।
ବିରୋଧୀ ଦଳ ଏହକୁ ସମାଲୋଚନା କରି କହିଛି ଯେ ନବୀନ ସରକାର ଜାଣିଶୁଣି ଇଲେକ୍ସନ ପୂର୍ବରୁ ଦଳୀୟ ସ୍ବାର୍ଥ ପାଇଁ ଏପରି କରିଛନ୍ତି। ବିଜେପିର କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କ ‘ସମଗ୍ର ଶିକ୍ଷା’ ଯୋଜନାରେ ସ୍କୁଲ ୟୁନିଫର୍ମ ନିମନ୍ତେ ରାଜ୍ୟକୁ ବାର୍ଷିକ 240 କୋଟି ଟଙ୍କାର ଅନୁଦାନ ଦିଆଯାଉଛି ।ହେଲେ ରାଜ୍ୟ ସରକାର ତାହାକୁ ‘ମୁଖ୍ୟମନ୍ତ୍ର ପରିଧାନ’ ଯୋଜନା ଘୋଷଣା କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ତେଣୁ ବିଜେପିର ଦାବି ଯେ ୟୁନିଫର୍ମ ର ରଙ୍ଗକୁ ନ ବଦଳାଇ ପୂର୍ବତନ ରଙ୍ଗକୁ ରଖାଯାଉ ଯାହାକି ଜାତୀୟ ପଟକରେ ଥିବା ଅଶୋକ ଚକ୍ରର ଚିହ୍ନ ଏବଂ ତାହା ଶାନ୍ତି, ସ୍ୱଚ୍ଛତା ଓ ଜ୍ଞାନର ପ୍ରତୀକ। କଂଗ୍ରେସ୍ ମଧ୍ୟ ୟୁନିଫର୍ମର ରଙ୍ଗ ବଦଳାଇବାକୁ ନେଇ ସମାଲୋଚନା କରି କହିଛି କି ଏହା ରାଜନୈତିକ ସ୍ୱାର୍ଥକୁ ଆଖି ଆଗରେ ରଖି କରାଯାଇଛି। ସରକାର ଏବେ ସ୍କୁଲ କଲେଜ୍ ବିଲଡିଂ ଗୁଡ଼ିକର ରଙ୍ଗକୁ ମଧ୍ୟ ବଦଳାଇ ନିଜ ଦଳିୟ ରଙ୍ଗ ସହ ସମାନ କରିବାକୁ ଚେଷ୍ଟା କରୁଛନ୍ତି । ଅପରପକ୍ଷରେ ବିଜେଡି ପ୍ରତିଉତ୍ତରରେ କହିଛି ଯେ ଏହା ପିଲାମାନଙ୍କ ପାଇଁ କରାଯାଇଛି ତେଣୁ ୟୁନିଫର୍ମ କୁ ନେଇ କୌଣସି ପ୍ରକାର ରାଜନୀତି ନ କରାଯାଉ।

Exit mobile version