ରାଞ୍ଚି: ସାଙ୍ଗଙ୍କ ସହ ମେଳା ବୁଲି ଯାଇଥିଲେ ଜଣେ ନାବାଳିକା ଓ ଜଣେ ଯୁବତୀ । ମାତ୍ର ସାଙ୍ଗ ସହ ମେଳା ବୁଲି ଯିବା ହୋଇଥିଲା କାଳ। ସାଙ୍ଗ ହିଁ ସଇତାନ ସାଜି କରିଥିଲା ବଳାତ୍କାର । ଏମିତି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ରାଞ୍ଚିରେ । ଗତ କାଲି ଜଣେ ଯୁବତୀ ଓ ଜଣେ ନାବାଳିକା ନିଜର ପୁରୁଷ ବନ୍ଧୁମାନଙ୍କ ସହ ନିକଟରେ ହେଉଥିବା ଏକ ମେଳା ବୁଲିବାକୁ ଯାଇଥିଲେ। ମାତ୍ର ସେଇ ବନ୍ଧୁ ହିଁ ବିଶ୍ୱାସ ରେ ବିଷ ଦେଇଥିଲା । ମେଳା ବୁଲି ଖୁସି ଖୁସି ଘରକୁ ଫେରିବା ବାଟରେ ସେଇ ବନ୍ଧୁ ହିଁ ସଇତାନ ଭଳି ଦୁହିଁଙ୍କ ସହ ଦୁଷ୍କର୍ମ କରିଥିଲେ । ୩ଜଣ ଯୁବକ ମିଶି ବଳାତ୍କାର କରିଛନ୍ତି ସେ ଦୁହିଁ ନାବାଳିକା ଓ ଯୁବତୀଙ୍କର । ରାଞ୍ଚି ପୋଲିସ ସୂଚନା ଅନୁଯାୟୀ ଗଲା କଲି ବିଳମ୍ବିତ ରାତିରେ ଘଟିଛି ଏ ଘଟଣା । ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଏବେ ଗିରଫ କରିସାରିଛି। ଘଟଣାଟିର ସଠିକ୍ ରୂପେ ତଦନ୍ତ କରାଯାଇ ଅପରାଧୀକୁ ଉଚିତ୍ ଦଣ୍ଡ ବିଧାନ କରାଯିବ ବୋଲି ଆଶା ରଖା ଯାଇଛି ।
ସେ ସାଙ୍ଗ ଥିଲା ନା ସଇତାନ
