UTKAL PRATIDIN

ସେପ୍ଟେମ୍ବରରେ ଲଞ୍ଚ ହେବ ‘ଆଦିତ୍ୟ ଏଲ-୧’

ସେପ୍ଟେମ୍ବରରେ ଲଞ୍ଚ ହେବ ‘ଆଦିତ୍ୟ ଏଲ-୧’ ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂର ମାତ୍ର କେଇ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ର ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ପ୍ରସ୍ତାବିତ ଆସନ୍ତାମାସ ତଥା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ । ସୌରମଣ୍ଡଳର ସର୍ବାଧିକ ଉତପ୍ତ ନକ୍ଷେତ୍ର ହେଉଛି ‘ସୂର୍ଯ୍ୟ’ l ତେବେ ‘ସୂର୍ଯ୍ୟ’କୁ ଅଧ୍ୟୟନ କରିବା ପାଇଁ ଏକ ମିଶନ ଆଦିତ୍ୟ ଏଲ-୧ ପ୍ରସ୍ତୁତ କରାଯାଉଛି l ସୂର୍ଯ୍ୟକୁ ଅଧ୍ୟୟନ କରିବା ନିମନ୍ତେ ଭାରତର ଏହା ପ୍ରଥମ ପ୍ରୟାସ l ଏହାର ଲଞ୍ଚ ବିଷୟରେ ସୂଚନା ଦେଇ ଇସ୍ରୋର ମୁଖ୍ୟ ଏସ. ସୋମନାଥ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଶେଷ ହୁଏ, ତେବେ ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମିଶନ ଆରମ୍ଭ ହେବ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ-୧ ମିଶନର ପ୍ରକ୍ରିୟା ଏଯାଏଁ ସବୁକିଛି ଯୋଜନା ଅନୁଯାୟୀ ଚାଲିଛି । ଏହି ଉତକ୍ଷେପଣ ହେବା ପରେ ଏକ ଏଲିପଟିକାଲ୍ କକ୍ଷପଥକୁ ଯିବ । ପରେ ସେଠାରୁ ଏହା ସୂର୍ଯ୍ୟର ଏଲ-୧ ପଏଣ୍ଟକୁ ଯାତ୍ରା କରିବ । ଏହି ଯାତ୍ରା ପ୍ରାୟ ୧୨୦ ଦିନ ଲାଗିବା ବୋଲି ଏସ ସୋମନାଥ କହିଛନ୍ତି । ଏହା ଏଲ -୧ ପଏଣ୍ଟ ସୂର୍ଯ୍ୟକୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ପ୍ରଦାନ କରିବ । ଏହାରି ଭିତରେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରି ସାରିଛି । ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଦୀର୍ଘ ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି । କିନ୍ତୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଅବତରଣ କରିବାରେ ପ୍ରଥମ ଦେଶର ମାନ୍ୟତା ପାଇଛି ଭାରତ ।

Exit mobile version