Site icon UTKAL PRATIDIN

ସହିଦ ସୁଶାନ୍ତଙ୍କ ମା’ଙ୍କୁ କରାଗଲା ସମ୍ବର୍ଦ୍ଧିତ

photo_6257973534928254882_x

ଆନନ୍ଦପୁର ଉପଖଣ୍ଡରେ ୭୭ତମ ସ୍ୱାଧୀନତା ଦିବସ ଧୂମାଧାମରେ ପାଳନ ହୋଇଛି । କାର୍ଯ୍ୟକ୍ରମରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ସୁଶାନ୍ତଙ୍କ ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଯୋଗଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ । ଯେମିତିଆମେ ଜାଣିଛେ ଝାଡଖଣ୍ତ ମାଓ ଆକ୍ରମଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ । ମାଓ ଏନକାଉଣ୍ଟର ବେଳେ ସହିଦ ହେଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ । ସେ ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡର ବାସିନ୍ଦା । କୁମ୍ବିଂ ଅପରେସନ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେହି ସମୟରେ ଦୁଇ ସିଆରପିଏଫ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ଦୁଇ ଆହତ ଯବାନଙ୍କୁ ତୁରନ୍ତ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହେଲେ ମେଡିକାଲରେ ପହଞ୍ଚିବା ମଧ୍ୟରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ସେ ବୀର ଯବାନ ଦେଶ ପାଇଁ ନିଜ ଜୀବନ ଦେଇଥିବାରୁ ଆଜି ସ୍ୱାଧୀନତା ଦିବସ ଅବସରରେ ତାଙ୍କ ମା’ଙ୍କୁ ଏନେଇ ସମ୍ବର୍ଦ୍ଧିତ କରାଯାଇଛି l

Exit mobile version