ପୁଅର ମୃତ୍ୟୁକୁ ସହ୍ୟ କରିନପାରି ଝୁରି ଝୁରି ପ୍ରାଣ ହରାଇଲେ ସହିଦ୍ ସୁଶାନ୍ତଙ୍କ ମା’ । ଗୁରୁତର ଅସୁସ୍ଥ ହୋଇ ପଡିଥିବା ସୁଶାନ୍ତଙ୍କ ମା ସୁନ୍ଦରୀ ଖୁଣ୍ଟିଆ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁନ୍ଦରୀ ଖୁଣ୍ଟିଆ ପ୍ରଥମେ ସ୍ୱାମୀ, ପରେ ଦୁଇପୁଅ ଓ ଗତ 11 ତାରିଖରେ ସାନପୁଅ ସୁଶାନ୍ତ ଖୁଣ୍ଟିଆଙ୍କୁ ହରେଇଥିଲେ l ସୁଶାନ୍ତ କାର୍ଯ୍ୟରତ ଅବସ୍ଥାରେ ଝାଡ଼ଖଣ୍ଡରେ ନକ୍ସଲ ଗୁଳିରେ ସହିଦ୍ ହୋଇଥିଲେ । ଏହି ଘଟଣାପରେ ସହିଦ୍ ପୁଅଙ୍କୁ ଝୁରିଝୁରି ମା ସୁନ୍ଦରୀ ଖୁଣ୍ଟିଆ ଗତକାଲି ପୁର୍ବାହ୍ନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ସୁଗାର ଓ ବ୍ଲଡ଼ପ୍ରେସର କମିଯିବାରୁ ସଂଜ୍ଞାହୀନ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା l ପରେ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ମେଡିକାଲର ଆଇସିୟୁରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ୨୦୨୦ ମସିହାରେ ସ୍ୱାମୀ ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡ ପୁଅ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ପୁଅ ପ୍ରଶାନ୍ତ ଖୁଣ୍ଟିଆ ଆଗପଛ ହୋଇ ପ୍ରାଣ ହରାଇଥିଲେ । ଗତ 11 ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ସହିଦ ହୋଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ବିୟୋଗ ପରେ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇପଡିଥିଲେ ମା’ ସୁନ୍ଦରୀ । ଶେଷରେ ଗତ ପ୍ରାଣ ହରାଇଛନ୍ତି ସହିଦ ଯବାନ ସୁଶାନ୍ତଙ୍କ ମା l
