Site icon UTKAL PRATIDIN

କର୍ଣ୍ଣାଟକବାସୀଙ୍କ ପାଇଁ ଖୁସି ଖବର, ଲାଗୁ ହେବ ସପ୍ତମ ବେତନ

କର୍ଣ୍ଣାଟକବାସୀଙ୍କ ପାଇଁ ଖୁସି ଖବର, ଲାଗୁ ହେବ ସପ୍ତମ ବେତନ

ସରକାରଙ୍କ ବଡ଼ ଘୋଷଣା, ଅଗଷ୍ଟ ୧ରୁ ହେବ ଦରମା ବୃଦ୍ଧି, ସପ୍ତମ ବେତନ ହେବ ଲାଗୁ, ତା ସହିତ ଭତ୍ତା ହେବ ବୃଦ୍ଧି
ଅଗଷ୍ଟ ୧ରୁ ବର୍ଦ୍ଧିତ ଦରମା ପାଇବେ କର୍ମଚାରୀ. ସରକାରଙ୍କ ସପ୍ତମ ବେତନ ଆୟୋଗ କର୍ମଚାରୀ ଏନେଇ କରିଛନ୍ତି ଘୋଷଣା |କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମୟା ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବେ | ସରକାରୀ କର୍ମଚାରୀଙ୍କ ଦରମା ପ୍ରାୟ ୨୭ପ୍ରତିଶତ ବୃଦ୍ଧି ପାଇବ| ଏହା ଦ୍ୱାରା ପ୍ରାୟ ୭ଲକ୍ଷ କର୍ମଚାରୀ ଉପକୃତ ହେବେ, ଏହି କମିଶନ ଲାଗୁ ହେବା ପରେ କର୍ଣ୍ଣାଟକ ରାଜକୋଷରୁ୧୮ଲକ୍ଷ ଟଙ୍କା ପ୍ରଦାନ କରାଯିବ |
୨୦୧୬ ମସିହା ଜାନୁଆରୀ ଠାରୁ ଭାରତ ସରକାରଙ୍କ ଦ୍ୱାରା ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ ହୋଇଥିଲା, କିନ୍ତୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ତ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ|
ମାତ୍ର କର୍ଣ୍ଣାଟକ ସରକାର କର୍ମଚାରୀଙ୍କ ମୌଳିକ ବେତନ ୨୭.୫ପ୍ରତିଶତ ବୃଦ୍ଧି କରିବେ| ବେତନ ଆୟୋଗ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ୧୫ଜୁଲାଇ ୨୦୨୪ କ୍ୟାବନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା |କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ପରେ କର୍ମଚାରୀଙ୍କ ବେତନ ଓ ପେନସନରେ ବୃଦ୍ଧି ଘଟିବ| ଦିବ୍ୟାଙ୍ଗ ମହିଳାଙ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ୧୫୦୦ରୁ ୩୦୦୦ଟଙ୍କାକୁ ବୃଦ୍ଧି କରାଯିବ |
ଘର ଭଡ଼ା ଭତ୍ତା ଏବଂ ଦୂର ସ୍ଥାନକୁ ଯାତ୍ରା କଲେ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର |

Exit mobile version