Site icon UTKAL PRATIDIN

ସବୁଠାରୁ ଶସ୍ତା ହେଲା ଜିଓ ପ୍ଲାନ

reliance-jio-users-1575698829

ଗତ ମାସରେ ମହଙ୍ଗା ହୋଇଛି ଜିଓ, ଏୟାରଟେଲ, ଭିଆଇ(ଭୋଡାଫୋନ ଆଇଡିଆ) ମୋବାଇଲ ରିଚାର୍ଜ ପ୍ଲାନ । ତଥାପି ରିଲାଏନ୍ସ ଜିଓ ଏହାର ୟୁଜର୍ସମାନଙ୍କ ପାଇଁ ଅନେକ ସୁଲଭ ଯୋଜନା ଯୋଗାଉଛି, ଯେଉଁଥିରେ ଉପଭୋକ୍ତାମାନେ ଅସୀମିତ କଲିଂ, ଡାଟା ଭଳି ସୁବିଧା ପାଇପାରିବେ। ଜିଓ ଏକ ଜବରଦସ୍ତ ପ୍ଲାନ ଅଣିଛି।
ରିଲାଏନ୍ସ ଜିଓର ଏହି ରିଚାର୍ଜ ପ୍ଲାନ୍‌ ୧,୮୯୯ ଟଙ୍କା ରହିଛି। ଏହି ପ୍ଲାନ୍‌ରେ ୟୁଜର୍ସ ମାନଙ୍କୁ ୩୩୬ ଦିନର ଏକ ବୈଧତା ପ୍ରଦାନ କରାଯାଇଛି। ଜିଓର ଏହି ୟୁଜର୍ସ ରେ, ୟୁଜର୍ସଙ୍କୁ ଅସୀମିତ ଭଏସ କଲିଂ ଦିଆଯାଉଛି।

ଦେଶର ଯେକୌଣସି ନେଟୱାର୍କକୁ ମାଗଣା କଲ କରିପାରିବେ ଏବଂ ମାଗଣା ଜାତୀୟ ରୋମିଂର ଲାଭ ପାଇପାରିବେ। ଏହା ବ୍ୟତୀତ ଏହି ଯୋଜନାରେ ସମୁଦାୟ ୨୪ ଜିବି ହାଇ ସ୍ପିଡ ଡାଟା ପ୍ରଦାନ କରାଯାଇଛି। ଜିଓ ଏଥିପାଇଁ କୌଣସି ଦୈନିକ ସୀମା ସ୍ଥିର କରିନାହାଁନ୍ତି।

ଏହି ରିଚାର୍ଜ ପ୍ଲାନ୍‌ରେ ସମୁଦାୟ ୧୧ ମାସର ବୈଧତା ପାଇବ, ଯାହାର ଅର୍ଥ ଆପଣଙ୍କୁ ଏକ ମାସ ପାଇଁ ପ୍ରାୟ ୧୭୩ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ରିଚାର୍ଜ ପ୍ଲାନ୍‌ରେ ସମୁଦାୟ ୩୬୦୦ ମାଗଣା SMS ଉପଲବ୍ଧ। ଏହା ବ୍ୟତୀତ ଜିଓର କିଛି ସପ୍ଲିମେଣ୍ଟାରୀ ଆପ ମଧ୍ୟ ପାଇପାରିବେ।ବେସରକାରୀ ଟେଲିକମ କମ୍ପାନୀ ଗୁଡିକ ନିଜର ଦାମ ବଢେଇବା ଦ୍ୱାରା ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି ।

ଯାହାଦ୍ୱାରା ଗ୍ରାହକମାନେ ସରକାରୀ ଟେଲିକମ କମ୍ପାନୀ ବିଏସନାଲ ପରକି ଢଲୁଛନ୍ତି ଲୋକେ ।ବର୍ତମାନ ଜିଓ, ଭୋଡାଫୋନ, ଏୟାରଟେଲ ଗ୍ରାହକମାନେ ବିଏସନାଲକୁ ପୋର୍ଟ କରୁଛନ୍ତି ।ବିଏସନାଲରା ଶସ୍ତା ଯୋଜନା ପୁରୁଣା ଗ୍ରାହକଙ୍କୁ ସ୍ଥିର ରଖିବା ସହ ଲକ୍ଷାଧିକ ନୂଆ ଗ୍ରାହକ ଯୋଡ଼ିବାରେ ସହାୟକ ହେଉଛି ।

Exit mobile version