
ସଫଳତାର ସହ ବିଚ୍ଛିନ୍ନ ହେଲା ଲ୍ୟାଣ୍ଡର ବିକ୍ରମ ଇସ୍ରୋ ପକ୍ଷରୁ ମିଳିସାରିଛି ଶୁଭ ଖବର l ସଫଳତା ପଥେରେ ଆଉ ପାଦେ ଆଗକୁ ବଢ଼ିଛି ଚନ୍ଦ୍ରଯାନ-୩ l ପ୍ରୋପଲସନ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର ମୋଡ୍ୟୁଲ l ପ୍ରୋପଲସନ ମଡ୍ୟୁଲରୁ ସଫଳ ଭାବେ ବିଚ୍ଛିନ୍ନ ହେଲା ଚନ୍ଦ୍ରୟାନର ଲ୍ୟାଣ୍ଡର୍ । ଇସ୍ରୋ ପାଇଁ ଏହା ଏକ ଜଟିଳ ପ୍ରକ୍ରିୟା ରହିଥିଲା । ହେଲେ ଏହା ସଫଳତାର ସହ ପୁରା କରରାଯାଇଛି l ପ୍ରୋପଲସନ୍ ମଡ୍ୟୁଲରୁ ଚନ୍ଦ୍ରୟାନର ଲ୍ୟାଣ୍ଡର୍ ବିଚ୍ଛିନ୍ନ ହେଲା ପରେ ଏବେ ଲ୍ୟାଣ୍ଡିଂ ଉପରେ ରହିଛି ନଜର । ଏବେ ଲ୍ୟାଣ୍ଡର ନିଜେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବ l ତେବେ ସବୁକିଛି ଠିକ୍ ଭାବରେ ହେଲେ , ଅଗଷ୍ଟ ୨୩ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି l ୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍। ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରିନଥିଲା । ଏହି କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ । ତେବେ ଏଥର ସବୁ କିଛି ଠିକ ଭାବରେ ହେବା ସହ ଲ୍ୟାଣ୍ଡାର ସଠିକ ଭାବରେ ଚନ୍ଦ୍ର ପୃଷ୍ଠାରେ ଅବତରଣ କରିବ ବୋଲି ଆଶା କରାଯାଉଛି l