ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ନିୟୁନ୍ତି ପଞ୍ଚାୟତ ଓ ଯଶିପୁର ଥାନା ଅନ୍ତର୍ଗତ ଝାଡ଼ବେଡା ଗ୍ରାମ ସ୍କୁଲ ଗେଟ ରେ ସନ୍ଦିଗ୍ଧ ମାଓ ପୋଷ୍ଟର ଉଦ୍ଧାର ହୋଇଥିବା ସୂଚନା ମିଳିଛି ।
ଖବର ପାଇ ଯଶିପୁର ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଙ୍କ ନେତୃତ୍ୱ ରେ ପୋଲିସ ଉକ୍ତ ପୋଷ୍ଟର ଗୁଡିକ ଜବତ କରିଛି ।
ଏହା ମାଓବାଦୀ ଙ୍କ କାମ କିମ୍ବା କେହି ଦୁର୍ବୁତ୍ତ ଏହା ଲଗାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଯଶିପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହିତ ତଦନ୍ତ ଜାରିରଖିଛି ।