UTKAL PRATIDIN

ସତରେ କଣ ହୋଇଯିବ ଅର୍ଜୁନ ମଲାଈକାଙ୍କର ବ୍ରେକଅପ

ବଲିଉଡ଼ ଜଗତରେ ଅର୍ଜୁନ କପୁର ଓ ମଲାଈକାଙ୍କ ଯୋଡି ବେଶ୍ ସୁପରହିଟ।କିନ୍ତୁ ଗତ କିଛିଦିନ ହେବ ମଲାଈକା ଅରୋରା ଓ ଅର୍ଜୁନ କପୁରଙ୍କ ବ୍ରେକଅପ କଥା ଶୁଣିବାକୁ ମିଳୁଛି ।ଯଦିଓ ମଲାଈକା ଏ ବିଷୟରେ ଗଣମାଧ୍ୟମକୁ କୌଣସି ପ୍ରକାର ସ୍ପଷ୍ଟୀକରଣ ଦେଇନାହାନ୍ତି ତାଥାପି ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି ବୋଲି ତାଙ୍କ ଆଚରଣରୁ ଜଣା ପଡୁଛି।

ନିକଟରେ ମଲାଈକା ଓ ଅର୍ଜୁନ କୁନାଲ ରାୱଲ୍ ଫ୍ୟାସନ ସୋ ରେ ଯୋଗ ଦେଇଥିଲେ ଏବଂ ଇଭେଣ୍ଟରେ ଦେଖା ହୋଇଥିଲେ, ଏବଂ ପରସ୍ପର ଆମ୍ନା ସାମ୍ନା ମଧ୍ୟ ହୋଇଥିଲେ ମାତ୍ର ପରାସ୍ପର କଥାବାର୍ତ୍ତା ନହୋଇ ଦୁରେଇ ରହିଥିଲେ ।ଅର୍ଜୁନ କପୁର ନିଜର ଜନ୍ମଦିନ ପାଳନ କରିଛନ୍ତି ।ଏହି ପାର୍ଟିରେ ପରିବାରବର୍ଗ ସାଙ୍ଗ ସାଥୀଙ୍କ ସହ ବଲିଉଡ଼ର ବେଶ କଳାକାର ଯୋଗଦେଇଥିଲେ ।ଏହି ପାର୍ଟିରେ ମଲାଈକା ଅରୋରା ପହଁଚି ନଥିଲେ ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା ।ଏହା ବ୍ୟତୀତ ମଲାଈକା ଅର୍ଜୁନଙ୍କ ପାଇଁ କୌଣସି ବାର୍ଥଡେ ପୋଷ୍ଟ ମଧ୍ୟ ସେୟାର ମଧ୍ୟ କରିନଥିଲେ ।ଯାହାକୁ ନେଇ ସମସ୍ତଙ୍କ ସନ୍ଦେହ ଆହୁରି ଦ୍ୱିଗୁଣିତ ହୋଇଥିଲା ।

Exit mobile version