Site icon UTKAL PRATIDIN

ଶ୍ରୀଲଙ୍କା – ଭାରତ ମଧ୍ୟରେ ଏବେ ହୋଇପାରିବ ୟୁପିଆଇ ଚଳାଚଳ

23-07-22_14-40-11-401

ଶ୍ରୀଲଙ୍କାର ରାଷ୍ଟ୍ରପତି ରନିଲ ବିକ୍ରମସିଂହେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଓ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଛି। ଏବେ ଶ୍ରୀଲଙ୍କାରେ ବ୍ୟବହାର ହେବ ଭାରତୀୟ ୟୁପିଆଇ। ଶ୍ରୀଲଙ୍କାରେ ଭାରତର ୟୁପିଆଇର ବ୍ୟବହାର ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖୁବ ପ୍ରାଚୀନ ଓ ବ୍ୟାପକ ଅଟେ । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ବିମାନ ଚଳାଚଳକୁ ବୃଦ୍ଧି କରାଯିବ ବୋଲି ନିଷ୍ପତି ନିଆଯାଇଛି। ଏହି ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରଗତି କରୁଛି ହେଲେ ଗତ ଏକ ବର୍ଷ ମଧ୍ୟରେ ଶ୍ରୀଲଙ୍କା ଅନେକ ଆର୍ଥିକ, ସାମାଜିକ ଓ ରାଜନୈତିକ ଅସୁବିଧାର ସମ୍ମୁଖୀନ ହୋଇଛି । ଏହାର ମୁକାବିଲା କରିବାକୁ ଆମେ ଅନେକ ସଂସ୍କାର ମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି।
ପୁନଶ୍ଚ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଲଗାତାର ବିକାଶ କରୁଛି । ଆର୍ଥିକ ମୌଳିକ ଢାଞ୍ଚା ଓ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ନୂଆ ଉଚ୍ଚତା ହାସଲ କରୁଛି । ତେଣୁ ସେ ଭାରତକୁ ଶୁଭକାମନା ଦେଇଛନ୍ତି । ଭାରତର ଏହି ଭଳି ପ୍ରଗତି ଭାରତ ମହାସାଗର ଅଂଚଳ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି । ତେଣୁ ସେ ଭାରତ ସହ ହାତ ମିଳାଇ ଆଗକୁ ବଢ଼ିବାକୁ ଇଛୁକ । ସେଥିପାଇଁ ଏବେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ୟୁପିଆଇ ଚଳାଚଳ ଆରମ୍ଭ କରାଯିବା ସହ ବିମାନ ଚଳାଚଳକୁ ମଧ୍ୟ ବୃଦ୍ଧି କରାଯିବ ।

Exit mobile version