ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରର ଦକ୍ଷିଣ ପୋଲରେ ଖୋଜା ଆରମ୍ଭ କରିଛି । ରୋଭର ଗୁରୁବାର ଠାରୁ ଚନ୍ଦ୍ର ପୃଷ୍ଠରେ ଗତି କରିବା ଆରମ୍ଭ କରିଥିଲା l ଏହାପୂର୍ବରୁ, ଇସ୍ରୋ ଶୁକ୍ରବାର ଦିନ ଚନ୍ଦ୍ରାୟନ-୩ ଲ୍ୟାଣ୍ଡରୁ ବାହାରୁଥିବା ଛଅ ଚକିଆ ୨୬ କିଲୋଗ୍ରାମ ରୋଭରର ପ୍ରଥମ ଭିଡିଓ ସେୟାର କରିଛି।
ଏଥି ସହିତ, ନୂତନ ଭିଡିଓ ପୋଷ୍ଟ କରିବାବେଳେ ଇସ୍ରୋ କହିଛି ଯେ ପ୍ରଜ୍ଞାନ ରୋଭର ଦକ୍ଷିଣ ପୋଲରେ ଥିବା ଶିବ ଶକ୍ତି ପଏଣ୍ଟରେ ବୁଲୁଛି । ବାସ୍ତବରେ, ଅଗଷ୍ଟ ୨୩ ତାରିଖ ରାତି ୬:୪୦ ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାର ପ୍ରାୟ ୧୪ ଘଣ୍ଟା ପରେ ଗୁରୁବାର ସକାଳେ ଇସ୍ରୋ ରୋଭରର ପ୍ରସ୍ଥାନକୁ ନିଶ୍ଚିତ କରିଥିଲା l
ଏହାପୂର୍ବରୁ ଖବର ଆସିଥିଲା ଯେ ଚନ୍ଦ୍ରାୟନ -୩ ର ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରୁ ବାହାରିବା ପରେ ଚନ୍ଦ୍ର ପୃଷ୍ଠରେ ପ୍ରାୟ ୮ ମିଟର (୨୬.୨୪ ଫୁଟ) ଚାଲିଛି ।
ଇସ୍ରୋ ବର୍ତ୍ତମାନ ରୋଭରର ସର୍ବଶେଷ ଭିଡିଓ ସେୟାର କରି ଲେଖିଛି ଯେ, “ଦକ୍ଷିଣ ପୋଲରେ ଚନ୍ଦ୍ର ରହସ୍ୟ ଖୋଜିବାରେ ପ୍ରଜ୍ଞାନ ରୋଭର ଶିବ ଶକ୍ତି ପଏଣ୍ଟରେ ବୁଲୁଛି!” ଭିଡିଓରେ ଆପଣ ଦେଖିପାରିବେ ଯେ ରୋଭର ଚନ୍ଦ୍ର ପୃଷ୍ଠରେ ଗତି କରୁଛି l
ଏହାପୂର୍ବରୁ, ଇସ୍ରୋ ଟୁଇଟ୍ କରି ସୂଚନା ଦେଇଥିଲା ଯେ ରୋଭର, ଲ୍ୟାଣ୍ଡର ଏବଂ ପ୍ରପୁଲସନ୍ ମଡ୍ୟୁଲ୍ ର ସ୍ୱାସ୍ଥ୍ୟ ଭଲ ଅଛି। ସମସ୍ତଙ୍କର ପେଲୋଡ୍ (ଯନ୍ତ୍ର) ସଠିକ୍ ଭାବରେ କାମ କରୁଛି।
“ଶିବ ଶକ୍ତି” ଚାରିପଟେ ବୁଲୁଛି ପ୍ରଜ୍ଞାନ
