Site icon UTKAL PRATIDIN

ଶାରଳା ମନ୍ଦିର ନବୀକରଣ କାମକୁ ନେଇ ବିବାଦ

photo1688813072


ଜଗତସିଂହପୁର ଜିଲ୍ଲା ଅଧିଷ୍ଠିତ ଥିବା ଦେବୀ ଝଙ୍କଡ଼ ମା’ ଶାରଳା ମନ୍ଦିରର ନିର୍ମାଣ କାମକୁ ନେଇ ବିବାଦ ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ଏହା କି ମନ୍ଦିର ନବୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ଯାହାଫଳରେ ସୂଚନା ମିଳିଛି କି ଲକ୍ଷାଧିକ ଟଙ୍କା କେବଳ ପାଣିରେ ପଡ଼ୁଛି ବୋଲି ଅଭିଯୋଗ ହୋଇଛି। ମନ୍ଦିରର ନବୀକରଣ ପାଇଁ ରାଜ୍ୟ ସରକାର ୪୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍‌ ଏହି ନିର୍ମାଣ କାମ କରୁଛି। ଏହି କାମର ବ୍ଲୁ-ପ୍ରିଣ୍ଟ ଏକ ସ୍ବୀକୃତିପ୍ରାପ୍ତ ସଂସ୍ଥା ଦ୍ବାରା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବୈଠକରେ କେତେ ଜଣ ସେବାୟତଙ୍କୁ ଡକାଇ କମ୍ପ୍ୟୁଟରରେ ଦେଖାଇ ଦିଆଯାଇଥିଲା ।
ଠିକା ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିବା ଏହି ନିର୍ମାଣ କାମକୁ ଦେଖି ସମସ୍ତେ ଦ୍ବନ୍ଦରେ ଅଛନ୍ତି । ଯେଉଁଠି ନିର୍ମାଣ କରାଯିବା କଥା ସେଠାରେ କରାନଯାଇ ଅନାବଶ୍ୟକ ଭାବେ ଅନ୍ୟଆଡ଼େ କରାଯାଉଅଛି । ଏହାସହ ବାରମ୍ବାର ଯୋଜନାକୁ ପରିବର୍ତ୍ତନ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଜଳସେଚନ ବିଭାଗର ବଙ୍ଗଳା ନିକଟରେ ୧୬ଟି ପାଇଲିଂ କରାଯାଇଥିଲା। ଏହାପରେ କୌଣସି କାରଣରୁ ଏହାକୁ ପୋତି ଦିଆଯାଇଛି l ଚନ୍ଦନ ପୋଖରୀ ଓ ନୂଆ ପୋଖରୀର ଉନ୍ନତି କାମରେ ଅଗ୍ରଗତି ଦେଖିବାକୁ ମିଳୁନାହିଁ। ଚନ୍ଦନ ପୋଖରୀରୁ ଏବେ ଯାଏଁ ପଙ୍କଉଦ୍ଧାର କରାଯାଇ ନାହିଁ। ଆଉ ଦୁଇ ମାସ ପରେ ମା’ଙ୍କ ଶାରଦୀୟ ପୂଜା ହେବାକୁ ଯାଉଛି । ଯେଉଁ ଫାଟକ ସାହିରେ ଅମୁଣିଆ ଭୋଗ ପ୍ରସ୍ତୁତ ହୁଏ ଓ ଯେଉଁ ଭଣ୍ଡାର ଘରେ ସେସବୁକୁ ରଖାଯାଏ, ସେଗୁଡ଼ିକୁ ଠିକା ସଂସ୍ଥା ଭାଙ୍ଗିଦେଇଛି ବୋଲି ସୂଚନା ମିଳିଛି । ଆଗାମୀ ଦିନରେ ଏହାକୁ ନେଇ ନିଶ୍ଚିତ ସମସ୍ୟା ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
Bullet point :
• ସାରଳା ମନ୍ଦିର କୁ ନେଇ ଫୁଣି ବଢ଼ିଲାଣି ବିବାଦ
• ଲକ୍ଷ ଲକ୍ଷ ଟଙ୍କା ପାଣି ରେ ପଡୁଛି
• ବ୍ଲୁ-ପ୍ରିଣ୍ଟ କୁ ନେଇ ପ୍ରଶ୍ନ

Exit mobile version