
ଆଜି ହେଉଛି ଐତିହାସିକ କାର୍ଗିଲ ଦିବସ ।ଏହି ଅବିସ୍ମରଣୀରେ ଦିବସରେ ଭାରତ ମନେ ପକାଉଛି କାର୍ଗିଲ ଯୁଧ୍ୟରେ ସହିଦ ହୋଇଥିବା ବୀର ସହିଦଙ୍କ ବଳିଦାନ ।ଆଜିଠୁ ଠିକ୍ ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ପରାସ୍ତ କରି ବୀରତ୍ବର ପରିଚୟ ଦେଇଥିଲା ଭାରତୀୟ ସେନା। ସେଥିପାଇଁ କାର୍ଗିଲ ବିଜୟର ୨୫ବର୍ଷ ପୂର୍ତ୍ତିକୁ ପାଳନ କରୁଛି ସାରା ଦେଶ ।

କାର୍ଗିଲ ଦିବସ ପୂର୍ତ୍ତି ଅବସରରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି କାର୍ଗିଲ ଯୁଧ୍ୟରେ ସହିଦ ହୋଇଥିବା ସମସ୍ତ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।କାର୍ଗିଲ ବିଜୟ ଦିବସକୁ ୨୫ବର୍ଷ ପୁରିଥିବାରୁ ରୌପ୍ୟ ଜୟନ୍ତୀ ପାଳିତ ହେଉଛି, ଏବଂ ଏହି ଦିବସରେ ସହିଦଙ୍କ ପରିବାର ମଧ୍ୟ ଉପସ୍ଥିତ ରହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଏହି ଦିବସର ମହତ୍ୱ ସମ୍ପର୍କରେ ଜଣାଇବା ସହ ଯେଉଁ ବୀର ଯବାନ ମାନେ ଭାରତ ମା’ ପାଇଁ ବଳିଦାନ ଦେଇଥିଲେ ସେ ସହିଦ ବୀର ପୁତ୍ରମାନଙ୍କୁ ଏହି ଦିନଟି ଉତ୍ସର୍ଗିକୃତ କରିଛନ୍ତି ।ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ