ଆଜି ଭୁବନେଶ୍ବରରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରାକୃତିକ ଗ୍ୟାସ୍ ଆଧାରିତ ଏକ ଶବଦାହ ଗୃହ ଉଦ୍ଘାଟନ କରାଯିବ l ଏହି ଶବଦାହ ଗୃହର ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗେଲ୍ ଇଣ୍ଡିଆ ଲିମିଟେଡ୍ ସିଏସ୍ଆର୍ (କର୍ପୋରେଟ ସୋସିଆଲ ରେସ୍ପୋନସିବିଲିଟି) ପକ୍ଷରୁ ରାଜଧାନୀ ଧର୍ମ ବିହାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେବେ l ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ମେୟର ସୁଲୋଚନା ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ସମସ୍ତେ ଯୋଗ ଦେଇ ଏହି ସାମୁହିକ ଶବଦାହ ଗୃହର ଉଦ୍ଘାଟନୀ ଉତ୍ସବକୁ ସଫଳତାର ସହ ସମାପ୍ତ କରିବା ପାଇଁ ପ୍ରଚେଷ୍ଟିତ l ଅନ୍ୟପଟେ ସନ୍ଧ୍ୟାରେ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରହିଛି । ଅନୁଗୁଳ ଯାଇ ନାଲକୋ ନଗରରେ ନ୍ୟାସନାଲ୍ ଟ୍ରାଇବାଲ୍ କାର୍ଣ୍ଣିଭାଲ୍ ପରିଚୟକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ।