
ପୁଣି ଆସୁଛି ଆଉ ଏକ ଲଘୁଚାପ,ଗତ ସୋମବାର ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତର ପଶ୍ଚିମ ଭାଗରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା | ଏପର୍ଯ୍ୟନ୍ତ ବର୍ଷାର ପ୍ରଭାବ କମି ନଥିବା ବେଳେ ୧୯ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ |
ଏହି ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିବ, ଯାହା ଫଳରେ ନିଅଣ୍ଟିଆ ବର୍ଷାର ଅଭାବ ଦୂର ହେବ, ଆଗାମୀ ୭ଦିନ ଯାଏଁ ରାଜ୍ୟରେ ବର୍ଷା ପ୍ରବାହ ଜାରି ରହିବ|ସେହିପରି ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ଗଞ୍ଜାମ, ଗଜପତି,ରାୟଗଡ଼ା କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି |ଏହି ସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ |୧୮ତାରିଖ ମଧ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି| ଗଞ୍ଜାମ, ଗଜପତି,ନୟାଗଡ଼,ପୁରୀ ଖୋର୍ଦ୍ଧା,କଳାହାଣ୍ଡି,ରାୟଗଡ଼ା,ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ |