Site icon UTKAL PRATIDIN

ରୋମାନ୍ସ ପାଇଁ ରୟାଲିଟି ଶୋ’

photo_6264776681520739657_y

ରୋମାନ୍ସ ପାଇଁ ରୟାଲିଟି ଶୋ’ ଦେଶରେ ରିୟଲିଟି ଶୋ’ର ଲୋକପ୍ରିୟତା ଖୁବ୍‌ ଅଧିକ ରହିଛି । ହେଲେ ଖୁବ୍‌ଶୀଘ୍ର ଏଭଳି ଏକ ରିୟାଲିଟି ଶୋ’ ଆସିବାକୁ ଯାଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ । କାରଣ ଏହି ରିୟଲିଟି ଶୋ’ରେ ଦେଖିବାକୁ ମିଳିବ ବୋଲ୍ଡନେସ୍‌ର ତଡକା । ଏହି ଶୋ’ ପ୍ରଥମ ଯେଉଁଥିରେ କ୍ୟାମେରା ସାମ୍ନା ଖୁଲମଖୁଲା ଦେଖିବାକୁ ମିଳିବ ରୋମାନ୍ସ । ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଥିବା ଏହି ବୋଲ୍ଡନେସ୍‌ ଉପରେ ଆଧାରିତ ରିୟଲିଟି ଶୋର ନାମ ରହିଛି KINK । ଯାହାର ଅର୍ଥ ହେଉଛି କିସ୍‌ ଇସ୍କ ଏନ କନେକ୍ସନ। ଆଗରୁ ମଧ୍ୟ ସ୍ପ୍ଳିଟ୍ସଭିଲା ଭଳି ରିୟଲିଟି ଶୋ ଦେଖିବାକୁ ମିଳିଛି, ଯେଉଁଥିରେ ପ୍ରଥମେ ପ୍ରତିଯୋଗୀମାନେ ଭେଟ ହୋଇଥାନ୍ତି ଏହା ପରେ ପରସ୍ପର ସହ କେମିଷ୍ଟ୍ରି, ପରେ ରୋମାନ୍ସ ଏବଂ ବ୍ରେକ୍‌ଅପ୍‌ ଡ୍ରାମା ଦେଖିବାକୁ ମିଳିଥାଏ । କିନ୍ତୁ KINK ଏଭଳି ଏକ ରିୟଲିଟି ଶୋ। ଯେଉଁଥିରେ ସମ୍ପର୍କର ଆରମ୍ଭ କୌଣସି କଥାବାର୍ତ୍ତାରୁ ନୁହେଁ ବରଂ କିସ୍‌ରୁ ହେବ। ଏହି ଶୋ’କୁ ହୋଷ୍ଟ କରୁଥିବା ଷ୍ଟାର ଦିବ୍ୟା ଅଗ୍ରଓ୍ବାଲ ପ୍ରୋମୋରେ ଏହା କହିଛନ୍ତି। ଦିବ୍ୟା କହିଛନ୍ତି, କିସ୍‌ ପରେ ଇସ୍କ ଏବଂ ପରେ ଯେଉଁ କନେକ୍ସନ ହେଉଛି ତାକୁ ଆମେ କେଆଇଏନକେ କହୁଛୁ । କପଲ୍ସଙ୍କ ରିଲେଶନସିପ୍‌ର ଯାତ୍ରାକୁ ଜଜ୍‌ କରିବେ ବୋଲି ମଧ୍ୟ କହିଛନ୍ତି ଦିବ୍ୟା । ଏହି ଶୋ ପାଇଁ ଭାରତ କୋଣ ଅନୁକୋଣରୁ ପ୍ରତିଯୋଗୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଶୋ’ରେ ସେମାନଙ୍କୁ ବହୁତ ପ୍ରକାର ରିଲେଶନସିପ୍‌ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । ଏଥିରେ ଦମ୍ପତ୍ତିଙ୍କୁ ଝଗଡ଼ା, ଗସିପ୍‌, ରୋମାନ୍ସ ଆଦି କରିବାକୁ ହେବ । ଏପରିକି ପ୍ରମୋରେ କପଲ୍ସଙ୍କୁ କିସ୍‌ ଏବଂ ଅନ୍ତରଙ୍ଗ ହେବାର ଦୃଶ୍ୟ ମଧ୍ୟ ଦେଖାଯାଇଛି । ଅନ୍ୟପଟେ ଶୋ’ର ପ୍ରମୋକୁ ନେଇ ଟ୍ରୋଲ କରିଛନ୍ତି ଦର୍ଶକେ । ତେବେ ଶୋ’ର ହୋଷ୍ଟ କରିବେ ଦିବ୍ୟା ଅଗ୍ରଓ୍ବାଲ । ସେ ସ୍ପିଟସ୍‌ଭିଲ୍ଲା ୧୦ର ରନର ଅପ୍‌ । ସେ ବିଗବସ୍‌ ଓଟିଟିର ମଧ୍ୟ ବିଜେତା । ଦିବ୍ୟା ରାଗୀନି ଏମଏମଏସ୍‌-ରିଟର୍ଣ୍ଣସ୍ ଏବଂ ଅଭୟ ଭଳି ସିରିଜ୍‌ରେ କାମ କରିସାରିଛନ୍ତି । ତେବେ ବର୍ତ୍ତମାନ ଏହି ଶୋ’ର ତାରିଖ ଘୋଷଣା ହୋଇନଥିବାବେଳେ। ଅତରଙ୍ଗୀ ଆପ୍‌ କିମ୍ବା ଅତରଙ୍ଗୀ ଟିଭିରେ ଏହାକୁ ପ୍ରସାରିତ କରାଯିବ। ସେପଟେ ଶୋ’ର ପ୍ରମୋ ପରେ ବୋହୁ ମାତ୍ରାରେ ଟ୍ରୋଲ ମଧ୍ୟ ଦେଖିବାକୁ ମିଳିଛି।

Exit mobile version