ପୁଣି ରିଲ୍ସ କରିବା ହେଲା କାଳ, ଚାଲିଗଲା ଜୀବନ। ରିଲ୍ସ ଶୁଟ୍ ବେଳେ ଘାଇରେ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ। ମହାରାଷ୍ଟ୍ର ଜିଲ୍ଲାର କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ, ଇନଷ୍ଟାଗ୍ରାମ ଟ୍ରାଭେଲ ଇନଫ୍ଲୁଏନ୍ସର ଆନଭି କାମଦାର ଜୁଲାଇ ୧୬ରେ ତାଙ୍କ ସାଙ୍ଗମାନଙ୍କ ସହ ମିସି କୁମ୍ଭେ ଜଳପ୍ରପାତ ବୁଲିବାକୁ ଯାଇଥିଲେ। ତେବେସକାଳ ୧୦ଟା ୩୦ସମୟରେ ଭିଡିଓ ଶୁଟ୍ ପାଇଁ, ସେ ଜଳ ପ୍ରପାତ ନିକଟକୁ ଯାଇଥିଲେ ।ପାହାଡ଼ ଉପରେ ଭିଡ଼ିଓ ସୁଟିଂ କରିବା ସମୟରେ ଅସାବଧାନତା ହେତୁ ୩୦୦ଫୁଟ ଉଚ୍ଚ ଘାଇ ତଳକୁ ଖସି ପଡ଼ିଥିଲେ ଆନଭି ।
ଏ ଖବର ପାଇ ସ୍ଥାନୀୟ କତ୍ତୃପକ୍ଷ ଓ ଉଦ୍ଧାରକାରୀ ଟିମ ତୁରନ୍ତ ପହଞ୍ଚିଥିଲେ। ଦୀର୍ଘ ୬ଘଣ୍ଟାର ସର୍ଚ୍ଚ ଅପେରସନ ପରେ ତାଙ୍କୁ ଉଦ୍ଧାର କରିଥିଲା ଟିମ୍ । ମାତ୍ର ଡାକ୍ତରଖାନାରେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଆନଭି ବୃତ୍ତିରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ସେ ଆଇଟି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ କାମ ମଧ୍ୟ କରୁଥିଲେ, ମାତ୍ର ସୋସିଆଲ ମେଡିଆରେ ଟ୍ରାଭେଲ ଇନଫ୍ଲୁଏନ୍ସର ଭାବରେ ସେ ବେଶ୍ ଜଣାଶୁଣା ଥିଲେ । ସେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କରି ଇନଷ୍ଟାଗ୍ରାମରେ ରିଲ୍ସ କରି ପୋଷ୍ଟ କରିବା ତାଙ୍କର ନିଶା ।
ଦିନକୁ ଦିନ ରିଲ୍ସ ନିଶାରେ ପଡି ଚାଲିଯାଉଛି ସହ ସହ ନିରୀହ ଜୀବନ। ଏହି ଘଟଣା ପରେ ପର୍ଯ୍ୟଟକମାନଙ୍କୁ ନିଜ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି ସ୍ଥାନୀୟ ପୁଲିସ ଓ ତହସିଲଦାର। ପ୍ରଥମେ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ଏବଂ ତାପରେ ରିଲ୍ସ କରନ୍ତୁ।