Site icon UTKAL PRATIDIN

ରାହୁଲ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କଲେ କଂଗ୍ରେସ ବିଧାୟକ

8

ରାହୁଲ ଗାନ୍ଧୀ ହେଉଛନ୍ତି ଆଧୁନିକ ଭାରତର ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କର ଅନେକ ସମାନତା ରହିଛି। ଏଭଳି କିଛି କହିଛନ୍ତି ଛତିଶଗଡ ର କଂଗ୍ରେସ ବିଧାୟକ ଅମିତେଶ ଶୁକ୍ଲା। ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ବିରୋଧ କରି ପ୍ରଦର୍ଶନ କରିବା ସମୟରେ ଶ୍ରୀ ଶୁକ୍ଲା ଏହି ମନ୍ତବ୍ୟ ଦେଇଛନ୍ତି। ଗତ ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ଅମିତେଶ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାକୁ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ସହ ତୁଳନା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଦାଇତ୍ୱବୋଧ ସହିତ ଏହି ମନ୍ତବ୍ୟ ଦେଉଛି। ମୁଁ ଏକ ସ୍ଵାଧୀନତା ସଂଗ୍ରାମୀ ପାରିବାରୁ ଆସୁଛି। ମୋ ବାପା ତଥା ଅଭିବ୍ୟକ୍ତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମ ଚରଣ ଶୁକ୍ଳା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ପାଖରୁ ମହାତ୍ମା ଗାନ୍ଧୀଙ୍କ ବିଷୟରେ ମୁଁ ଯାହା ସବୁ ଶୁଣିଥିଲି ସେସବୁ ମୁଁ ରାହୁଲ ଗାନ୍ଧୀଙ୍କ ଭିତରେ ଦେଖୁଛି। ଅମିତେଶ ଆହୁରି କହିଛନ୍ତି, ମହାତ୍ମା ଗାନ୍ଧୀ ଚାହିଁଥିଲେ ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ପାରିଥାନ୍ତେ, ହେଲେ ସେ ଏହା କରି ନଥିଲେ। ଠିକ୍ ସେହିଭଳି ରାହୁଲ ମଧ୍ୟ ଚାହିଁଥିଲେ ୨୦୦୪ ଏବଂ ୨୦୦୯ରେ ଦେଶର ପ୍ରଧାନମନ୍ତ୍ରୀ ଚଉକିରେ ବସି ପାରିଥାନ୍ତେ। ହେଲେ ମହାତ୍ମାଗାନ୍ଧୀଙ୍କ ଭଳି ସେ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ। ମହାତ୍ମା ଗାନ୍ଧୀ ଯେଭଳି ହଜାର ହଜାର କିଲୋମିଟର ଚାଲି ଦେଶରେ ଦାଣ୍ଡି ଯାତ୍ରା କରିଥିଲେ, ଠିକ୍ ସେହିଭଳି ରାହୁଲ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ କନ୍ୟାକୁମାରୀ ରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି।

ମହାତ୍ମା ଗାନ୍ଧୀ ଯେଭଳି ସତ୍ୟ ଓ ଅହିଂସାର ହତିଆର ଦ୍ଵାରା ଇଂରେଜ ମାନଙ୍କ ସହ ଲଢେ଼ଇ କରିଥିଲେ ଠିକ୍ ସେହିଭଳି ରାହୁଲ ଗାନ୍ଧୀ ସତ୍ୟ ଓ ତଥ୍ୟ ସାହାଯ୍ୟରେ ଆଦାନୀ ପ୍ରସଙ୍ଗକୁ ଉଠାଉଛନ୍ତି ବୋଲି କଂଗ୍ରେସ ବିଧାୟକ ଶ୍ରୀ ଶୁକ୍ଳା କହିଛନ୍ତି। ସେପଟେ ଅମିତେଶ ଶୁକ୍ଳା ଙ୍କ ଏଭଳି ବୟାନ ପରେ କଡା ପ୍ରତିକ୍ରିୟା ରଖିଛି ବିଜେପି। ଛତିଶଗଡ଼ କଂଗ୍ରେସ ମାନସିକ ଭାବେ ଦେବାଳିଆ ହୋଇଯାଇଛି ବୋଲି ବିଜେପି ସାଂସଦ ସନ୍ତୋଷ ପାଣ୍ଡେ କହିଛନ୍ତି।

Exit mobile version