
ଗତକାଲି ଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିସାରିଛନ୍ତି ମହାମହିମ ରାଷ୍ଚ୍ରପତି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଦିନ ତମାମ କଟକ ଗସ୍ତ କରିବେ । କଟକର ବିଭିନ୍ନ ସ୍ଥାନ ଗସ୍ତ କରି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ବ୍ୟବସ୍ଥା ରହିଛି l ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରେ ରହିଥିବା କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘର ବନ୍ଦ ଆଜି ପାଇଁ ବନ୍ଦ କରାଯାଇଛି । ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ ଅନୁସାରେ ରାଷ୍ଟ୍ରପତିଙ୍କ କଟକ ଗସ୍ତ ନିମନ୍ତେ ବୁଧବାର ଅର୍ଥାତ ଆଜି ଏକାଧିକ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରାଯାଇଛି । ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର 75 ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ୍ ହେବା ସହ କଟକ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେବା ସହ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ୍ ହେବେ । ଏହା ବାଦ୍ ଅନ୍ୟ କେତେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ମହାମହିମ । ସଖାଳୁ ମାଆ କଟକଚଣ୍ଡୀଙ୍କ ଦର୍ଶନ କରିସାରିବା ପରେ ନେତାଜୀ ସଂଗ୍ରହଳୟ ମଧ୍ୟ ସେ ପରିଦର୍ଶନ କରିଛନ୍ତି l ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ରେ ମାଧ୍ୟ ଯୋଗଦେବେ ରାଷ୍ଟ୍ରପତି l