ଭୁବନେଶ୍ୱର: ଗାଁର ବିକାଶ ପାଇଁ ରାଜ୍ୟ ସରକାରଙ୍କର ନୂଆ ପଦକ୍ଷେପ । ଏଥର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ ଇଣ୍ଟରନେଟ । ସିଧା ସଳଖ ମନ୍ତ୍ରୀଙ୍କ ସହ କଥା ହୋଇପାରିବେ ସରପଞ୍ଚ । ରାଜ୍ୟ ମୁଖ୍ୟାଳୟରୁ ହେବ ସିଧାସଳଖ ଭିଡିଓ କନଫେରେନ୍ସିଂ । ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିଏସଏନଏଲ ର ହାଇସ୍ପିଟ ବ୍ରଡବ୍ୟାଣ୍ତ କନେକ୍ସନ କରାଯିବ । ଏହା ସହ ସବୁ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ଭିଡିଓ କନଫେରେନ୍ସିଂ ରୁମ । ଏନେଇ ବିଡିଓ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ବିଭାଗ । ତେବେ ଏହି ପ୍ରୋଜେକ୍ଟ ଜରିଆରେ ସରକାର କରିଥିବା ଯୋଜନାର ଗ୍ରାଉଣ୍ତ ଜିରୋରେ କାର୍ଯ୍ୟ ଉପରେ ନଜର ରଖିବେ ମନ୍ତ୍ରୀ ଓ ସଚିବ ।

ତେବେ ଆଇଟି ଓ ଇଲୋକ୍ଟ୍ରୋନିକ୍ସ ବିଭାଗ ମାଧ୍ୟମରେ ଓକାକ୍ ଏହି ବ୍ୟବସ୍ଥାର ମନିଟରିଂ କରିବ ବୋଲି ଜଣାପଡିଛି । ଆଗଷ୍ଟ ୧୫ ସୁଦ୍ଧା ଏହି ପ୍ରୋଜେକ୍ଟର ଭିତ୍ତିଭୂମି କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ କମ୍ପ୍ୟୁଟର, ଟିଭି, ବ୍ରଡବ୍ୟାଣ୍ତ ସଂଯୋଗ ପାଇଁ ଦୁଇଟି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବା ସହ ସମୟ ସିମା ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କର ଏହି ପଦକ୍ଷେକୁ ସ୍ୱାଗତ କରିଛନ୍ତି ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ । ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସତକରଙ୍କର ଏପରି ପଦକ୍ଷେପ ବାସ୍ତବିକରେ ପ୍ରଶଂସା ଯୋଗ୍ୟ l ଓଡିଶାକୁ ଉନ୍ନତି ର ଶିଖରରେ ପହଞ୍ଚିବା ପାଇଁ ସରକାର ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି l