
ରାଜ୍ୟ ରେ ବ୍ୟାପିଚାଲିଛି “ଆଖିଧରା ରୋଗ”
ଆଖିଧରା କୁ ସାବଧାନ l ରାଜ୍ୟରେ ତୀବ୍ର ଗତି ରେ ବଢିଚାଲିଛି ଆଖିଧରା ରୋଗ l ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡା ସମେତ ଅନେକ ଜିଲ୍ଲା ରେ ଲୋକ ଏହି ରୋଗରେ ଆକ୍ରାନ୍ତ ହେବାରେ ଲାଗୁଛନ୍ତି l ବିଶେଷଜ୍ଞଙ୍କ କହିବ ଅନୁସାରେ ଋତୁ ପରିବର୍ତ୍ତନ ହେଉଛି ଯାହା ଫଳ ରେ ଏହି ରୋଗ ବଢ଼ିବାରେ ଲାଗୁଛି l ପ୍ରାୟ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ରୋଗ ଦେଖିବାକୁ ମିଳିଛି l ମୋଟା ମଟ ୩୦ ରୁ ୪୦ ପ୍ରତିଶତ ଲୋକ ଏହି ରୋଗରେ ପୀଡିତ ଅଛନ୍ତି ବୋଲି ସୂଚନା ମିଳିଛି l ଯାହା ଫଳରେ ଡାକ୍ତରଖାନା ରେ ଭିଡ ଜମିବାର ମଧ୍ୟ ଦେଖିବାକୁ ମିଳିଛି l ଋତୁ ପତିବର୍ତନ ସହ ଏହି ରୋଗ ଦେଖିବାକୁ ମିଳିଛି, ଏହି ବାବଦରେ ଡାକ୍ତରଙ୍କ ପରାମର୍ଶ ହେଉଛି କି ପରିଷ୍କାର ପରିଚ୍ଛନତା ରଖିବା ନିହାତି ଆବଶ୍ୟକ l ଏଡିନୁ ଭୁତାଣୁ ଏହି ରୋଗ ର କାରଣ ବୋଲି କୁହାଯାଇଛି l ଏହି ଭୁତାଣୁ କେବଳ ଆଖିଧରା ରୋଗ ପାଇଁ ନୁହେଁ, ଅନ୍ୟ ରୋଗ ଯେମିତିକି ନିଶ୍ୱାସ, ପ୍ରଶ୍ୱାସ ନେବା ଭଳି ସମସ୍ୟା ସହିତ ନିମୋନିଆ ଭଳି ରୋଗ କୁ ସୃଷ୍ଟି କରିଥାଏ l ରାଜ୍ୟ ରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି l ପତିବର୍ଷ ଋତୁ ପରିବର୍ତ୍ତନ ହେବା ସହ ଆଖିଧରା ରୋଗ ମଧ୍ୟ ଦେଖିବାକୁ ମିଳିଥାଏ l ବିଶେଷଜ୍ଞଙ୍କ କହିବାଆନୁସାରେ ଲୋକ ମାନେ ଆତଙ୍କିତ ହୁଅନ୍ତୁ ନାହିଁ l ଏହି ରୋଗ ଦେଖା ଯିବ ମାତ୍ରେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରନ୍ତୁ ଏବଂ ଚଷମା ମଧ୍ୟ ବ୍ୟବହାର କରନ୍ତୁ l