
ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ ଘରେ ଘରେ ଡେଙ୍ଗୁ ଆକ୍ରାନ୍ତରେ ପୀଡିତ ରୋଗୀ । ଚଳିତ ବର୍ଷ ଜୁନ୍ ମାସରେ ୧୦୩ ରୋଗୀ ଚିହ୍ନଟ ହୋଇଥିଲେ । ଜୁଲାଇରେ ସେହି ସଂଖ୍ୟା ବଢି ୫୪୦ରେ ପହଞ୍ଚିଲା । ଅଗଷ୍ଟ ମାସ ୨୦ ତାରିଖ ଡେଇଁନି, ଆକ୍ରାନ୍ତଙ୍କ ସଂଖ୍ୟା ୮୪୦ ପହଞ୍ଚିଲାଣି । ନୂଆପଲ୍ଲୀ, ଆଚାର୍ୟ୍ୟ ବିହାରରେ ଡେଙ୍ଗୁ ରୋଗୀ ସଂଖ୍ୟା ଶତକ ଛୁଇଁଛି । ସତ୍ୟନଗର ଓ ସହିଦନଗରରେ ଅର୍ଦ୍ଧ ଶତକ । ଆଇଆରସି ଭିଲେଜ, ସିଆରପିଏଫ, ଚନ୍ଦ୍ରଶେଖରପୁର ଅଂଚଳରେ ଅବସ୍ଥା ମଧ୍ୟ ଶୋଚନୀୟ । ପ୍ରତି ପରିବାରରେ ୨ ରୁ ୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲ, ଏମ୍ସରେ ରୋଗୀଙ୍କର ଲମ୍ବା ଲାଇନ୍ ଲାଗିଛି । ରାଜ୍ୟର ସିଂହ ଭାଗ ଡେଙ୍ଗୁ ଆକ୍ରାନ୍ତ ରାଜଧାନୀର । ବିଏମ୍ସି ଅଞ୍ଚଳରୁ ସଂଗୃହୀତ ହୋଇଥିବା ୧୧ ହଜାର ୨୬୯ ଜଣଙ୍କ ରକ୍ତ ନମୂନା ମଧ୍ୟରୁ ୧୩୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ପିଜିଟିଭ୍ ହାର ରହିଛି ୧୧.୩୮ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ ଡେଙ୍ଗୁ ରୋଗୀ ସଂଖ୍ୟା ଯେଉଁ ହାରରେ ବଢୁଛି, ସେପ୍ଟମ୍ବର ସୁଦ୍ଧା ଏହା ୫ ହଜାର ପାର କରିଯିବାର ଅନୁମାନ କରାଯାଉଛି । ତେଣୁ ଏବେ ଠୁ ପ୍ରଶାସନ ସଜାଗ ରହିବା କଥା । ନ ହଲେ ସ୍ଥିତି ଆହୁରି ବି ଭୟଙ୍କର ହେବ । ଆଶଙ୍କା କର ଯାଉଛି ଅକ୍ଟୋବର ମାସରେ ସଂକ୍ରମଣ ଶିଖର ଛୁଇଁବ ।