Site icon UTKAL PRATIDIN

ରାଇଗଡ଼ରେ ଘଟିଥିବା ଭୂସ୍ଖଳନର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି

23-07-23_10-40-48-888



ମହାରାଷ୍ଟ୍ର ରାଇଗଡରେ ଘଟିଥିବା ଭୂସ୍ଖଳନର ମୃତ୍ୟୁ ସଂଖ୍ୟା ୨୭ରେ ଆସି ପହଞ୍ଚିଛି । ଏନଡିଆରଏଫ ଟିମ୍‌ ମଧ୍ୟ ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟଜାରି ରଖିଛନ୍ତି । ଆଜି ସକାଳୁ ଏଠାରେ ଜୋରସୋର ସେ ଖୋଜାଖୋଜି ଚାଲିଛି । ଏପର୍ଯ୍ୟନ୍ତ ୮୧ ଜଣ ନିଖୋଜ ଅଛନ୍ତି ବୋଲି ଜଣାପଡିଛି । ତେବେ ଏହି ଭୂସ୍ଖଳନ ହୋଇଥିବା ସ୍ଥାନରେ ପଚାସଢା ଦୁଗର୍ନ୍ଧ ବାହାରିଲାଣି । ଶନିବାର ଦିନ ମାଟିତଳୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ତେବେ ଏପର୍ଯ୍ୟନ୍ତ ୮୧ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି ବୋଲି ଉଦ୍ଧାରକାରୀ ଟିମର ଅଧିକାରୀ କହିଛନ୍ତି । ମାଟି ତଳେ ଚାପି ହୋଇ ଅନେକ ମୃତଦେହ ସଢିବାକୁ ଲାଗିଲାଣି । ତେଣୁ ଏଠାରୁ ଆଉ କାହାକୁ ଜୀବିତ ଉଦ୍ଧାର କରିବା ଅସମ୍ଭବ ବୋଲି ଅଧିକାରୀ ଜଣକ କହିଛନ୍ତି । ଚାରିଆଡେ ଦୁର୍ଗନ୍ଧ ବ୍ୟାପୁଥିବାରୁ ଇରଶାଲବାଡି ଏବଂ ନାନିବଲୀ ଗାଁରେ ୧୪୪ ଧାରା ଜାରି ହୋଇଛି । ବର୍ତ୍ତମାନ ସୁଦ୍ଧା ୯୮ ଲୋକଙ୍କୁ ଅସ୍ଥାୟୀ ଶିବିର କରି ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ , ବର୍ଷା ଯୋଗୁଁ ଏକ ଆଦିବାସୀ ଗାଁ ଉପରେ ପାହାଡ ଧସି ଅନେକ ଲୋକ ଫସିଯାଇଥିଲେ । ଫଳରେ ୪୦ ପରିବାର ଏହାତଳେ ଚାପି ହୋଇ ରହିଛନ୍ତି । ବୁଧବାର ରାତି ୧୨ ଟାରେ ଏହି ଘଟଣା ଘଟିଥିଲା । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିବା କାରଣ ରୁ ପାହାଡ ଖସିପଡିଥିଲା । ଫଳରେ ଆଦିବାସୀ ଗାଁର ୩୦ ଘର ଚାପି ହୋଇଯାଇଥିଲା ।
ଖବର ପାଇ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ରାଇଗଡ଼ ଏସ୍ପି ସୂଚନା ଦେଇଛନ୍ତି। ଗୁରୁବାର ଦିନ ରାୟଗଡରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି।02:49 PM

Exit mobile version