Site icon UTKAL PRATIDIN

ରସଗୋଲା ଖୁଆଇ ମା ସାଆନ୍ତାଣୀଙ୍କ ମାନଭଞ୍ଜନ କରିବେ ମହାବାହୁ

rasa

ଆଜି ଚତୁର୍ଦ୍ଧାମୂର୍ତି କରିବେ ନୀଳାଦ୍ରି ବିଜେ । ଅଭିମାନିନି ମାଙ୍କର ମାନଭଂଜନ କରିବେ ମହାବାହୁ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ରସଗୋଲାର ରହିଛି ନିଆରା ସମ୍ପର୍କ ।ପ୍ରତିବର୍ଷ ନୀଳାଦ୍ରିବିଜେ ଅବସରରେ ପାଳନ ହୋଇଥାଏ ରସଗୋଲା ଦିବସ, ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି।ମହାପ୍ରଭୁ ଜଗନ୍ନାଥ
ମା ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଭେଟି ଦେଇଥାନ୍ତି । ମା ଲକ୍ଷ୍ମୀଙ୍କର ମାନଭଞ୍ଜନ କରିସାରିବା ପରେ ମହାବାହୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି ।
ଶ୍ରୀ ଜଗନ୍ନାଥ ସଂସ୍କୃତିରେ ରସଗୋଲାର ରହିଛି ସ୍ୱତନ୍ତ୍ର ପରିଚୟ ।ପ୍ରତିବର୍ଷ ଚତୁର୍ଦ୍ଧା ବିଗ୍ରହଙ୍କ ନୀଳାଦ୍ରି ବିଜେ ସମୟରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଏ । ଏହାସହ ସାରା ବିଶ୍ୱ ମଧ୍ୟ ଆଜିର ଦିନକୁ ରସଗୋଲା ଦିବସ ରୂପେ ପାଳନ କରିଥାଏ ।

Exit mobile version