ପୁଣି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ହାମଲା୍ .ଡ଼ୋଡା ଜିଲ୍ଲାର ହୋଇଥିଲା ଆକ୍ରମଣରେ ସୂଚନା ମୁତାବକ ୫ଜଣଙ୍କର ଜୀବନ ଯାଇଛି, ୪ଜଣ ସେନାରୁ ହୋଇଥିଲା ବେଳେ ଆଉ ଜଣେ ପୁଲିସ କର୍ମୀ ମଧ୍ୟ ରହିଛନ୍ତି |ଏହି ଘଟଣା ପରେ ହାଇ ଆଲର୍ଟରେ ରହିଛି ଡ଼ୋଡା ଅଞ୍ଚଳ |ଏହି ହାମଲା୍ରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜେଇଏମ୍ ସହ ଜଡ଼ିତ କାଶ୍ମୀର ଟାଇଗର୍ସ ସଂପୃକ୍ତ ଥିବା ପ୍ରମାଣ ମିଳିଛି |କାଶ୍ମୀରକୁ ସ୍ୱାଧୀନତା ନ ମିଳିବା ଯାଁଏ ଯୁଦ୍ଧ ଜାରି ରହିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା କରିଛନ୍ତି ସେନାର ମୁଖ୍ୟ |ଡୋଡାରେ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ଚିନ୍ତାରେ ସରକାର |ସୋମାବାର ସନ୍ଧ୍ୟାରେ ପୁଲିସ ଓ ସେନାର ମିଳିତ ଅଭିଯାନ ଚାଲିଥିଲା ବେଳେ ଆତଙ୍କବାଦୀ ମାନେ ଅଚାନକ ଯବାନଙ୍କ ଉପରେ ଅତର୍କିତ ଗୁଳିମାଡ଼ କରି ଆତଙ୍କବାଦୀ ମାନେ ଜଙ୍ଗଲ ଭିତରକୁ ପଳାଇଥିଲେ |ପୁଣିସରାତି ୯ଟାରେ ଆତଙ୍କବାଦୀ ହାମଲା୍ ହୋଇଥିଲା,ଏଥିରେ ୫ଜଣ ଯବାନ ଗୁରୁତର ଆହାତ ହୋଇଥିଲେ |ଚିକିତ୍ସା ଚାଲିଥିଲା ବେଳେ ମଙ୍ଗଳବାର ସକାଳେ ସେମାନଙ୍କର ମୃତ୍ୟୁ ହୋଇଛି |ସହିଦ ଯବାନ ହେଉଛନ୍ତି ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାପ୍ଟେନ୍ ବ୍ରଜେଶ ଥାପା ,ସେହିଭଳି ଅନ୍ୟ ସିପାହୀ ହେଉଛନ୍ତି ବ୍ରଜେନ୍ଦ୍ର ସିଂହ, ସିପାହୀ ଅଜୟ ସିଂହ, ସେହିପରି ଅନ୍ୟ ଜଣକ ହେଉଛନ୍ତି ଡି ରାଜେସ | ସେନାରେ ତଥା ସହିଦଙ୍କ ପରିବାରରେ ଶୋକ ଛାୟା ଖେଳିଯାଇଛି |ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ସଂପର୍କରେ ଗଭୀର ଶୋକ ପ୍ରକାଶ କରିଛନ୍ତି | ପରିବାରଲୋକଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି |ଏହି ଘଟଣାକୁ ମିଶାଇ ଗତ ୩୨ମାସରେ ୪୮ଜଣ ଯବାନ ସହିଦ ହେଲେଣି |ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସରେ ଏ ସଂପର୍କରେ ଏକ ବୈଠକ ଡ଼ାକିଥିଲେ|ଏହି ବୈଠକରେ ପ୍ରଧାନମନ୍ତ୍ରୀ ନିଜେ ଅଧ୍ୟକ୍ଷତା କରି କେମିତି ଏହି ଆତଙ୍କବାଦୀ ଆକ୍ରମଣକୁ କିପରି ରୋକାଯାଇ ପାରିବ ସେ ସଂପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ|
ରକ୍ତରେ ଭିଜିଲା କାଶ୍ମୀର,୩୨ମାସରେ ସହିଦ ହେଲେଣି ୪୮ଯବାନ

ରକ୍ତରେ ଭିଜିଲା କାଶ୍ମୀର