Site icon UTKAL PRATIDIN

ଯବାନ ଭାଇଙ୍କୁ ରାକ୍ଷୀ ବାନ୍ଧିବେ କଲେଜ ଛାତ୍ରୀ

photo_6285101841154946914_y

ଯବାନ ଭାଇଙ୍କୁ ରାକ୍ଷୀ ବାନ୍ଧିବେ କଲେଜ ଛାତ୍ରୀ ଆସୁଛି ପ୍ରେମ, ଭଲପାଇବା ଓ ସ୍ନେହର ବନ୍ଧନ ପବିତ୍ର ରକ୍ଷାବନ୍ଧନ। ଏହି ବନ୍ଧନ ର ଅସଲ ଅର୍ଥ ହେଉଛି ଭରସା ଓ ବିଶ୍ଵାସ l ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଦେଶର ସୁରକ୍ଷାରେ ନିୟୋଜିତ ଭାରତୀୟ ଯବାନ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି କଲେଜ ଛାତ୍ରୀ । ଦେଶର ସୁରକ୍ଷା ପାଇଁ ଦିନରାତି ଦେଶର ସୀମାରେ ଅନିଦ୍ରା ହୋଇ ଯବାନ ଭାଇ ମାନଙ୍କୁ ଭାବେ ସମ୍ମାନ ଜଣାଇ ଡାକ ଯୋଗେ ରାକ୍ଷୀ ପଠାଇଛନ୍ତି ଯାଜପୁର ଜିଲ୍ଲା ଚିତାଲୋ ଏବଂ ଏନସି କଲେଜର ଏବିଭିପି ଛାତ୍ରୀ l ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନ ଭାଇଙ୍କ ପାଖକୁ ରାକ୍ଷୀ ପଠାଇ ସେମାନଙ୍କ ସୁରକ୍ଷା କାମନା କରିଛନ୍ତି କଲେଜ ଛାତ୍ରୀ । ଚିତଲୋ ମହାବିଦ୍ୟାଳୟରେ ପାଞ୍ଚଶହରୁ ଉର୍ଦ୍ଧ୍ଵ ରାକ୍ଷୀ ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସହଯୋଗରେ ଡାକ ଯୋଗେ ପଠାଇଥିବା ବେଳେ ଛାତ୍ରୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ପରି ଏଥର ବି ଏନ.ସି.କଲେଜର ଛାତ୍ରୀମାନେ ଭାରତୀୟ ଯବାନ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଡାକ ଯୋଗେ ପଠାଇଛନ୍ତି ସ୍ନେହର ଓ ଭରସା ର ରାକ୍ଷୀ। ଯେଉଁମାନେ ଆମକୁ ପ୍ରକୃତରେ ସୁରକ୍ଷା ଦେଉଛନ୍ତି ସେମାନଙ୍କ ହତାରେ ରାକ୍ଷୀ ବାନ୍ଧିବା ପାଇଁ ଆମ ଏହି ଛୋଟିଆ ପ୍ରୟାସ କରିଛୁ। ସ୍ନେହ ପ୍ରେମ ବନ୍ଧନର ପର୍ବରେ ଆମ ସୁରକ୍ଷାରେ ନିୟୋଜିତ ଆମ ବୀର ଯବାନ ଭାଇ ମାନେ ଏହାକୁ ବାନ୍ଧି ଗର୍ବ ଅନୁଭବ କରିବା ସହ ଦୀର୍ଘାୟୁ କାମନା କରିଛନ୍ତି ଏନସି କଲେଜର ଛାତ୍ରୀ ମାନେ। ଦେଶର ସୁରକ୍ଷା କରୁଥିବା ସବୁ ଯବାନ ଭାଇଙ୍କ ଦୀର୍ଘାୟୁ କାମନା କରି ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ରେ ଛାତ୍ରୀମାନେ ଯବାନ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି l

Exit mobile version