କଲିକତା ର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତର ଙ୍କୁ ଗଣ ବଳାତ୍କାର ପରେ ବିଭତ୍ସ ହତ୍ୟା କରାଯିବା କୁ ନେଇ ସାରା ଦେଶରେ ଓ ବିଶ୍ଵ ରେ ଡାକ୍ତର ଙ୍କ ସୁରକ୍ଷା ପାଇଁ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଜାରି ରହିଛି। ଏହି ଘଟଣା କୁ କେନ୍ଦ୍ର କରି ଠାକୁରମୁଣ୍ଡା ରେ ମଧ୍ୟ ଏକ କ୍ୟାଣ୍ଡେଲ ସଭାଯାତ୍ରା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ଓ ଯୁବ ସମାଜସେବୀ ଗତିକୃଷ୍ଣ ପଣ୍ଡା ( ବିକି ) ଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଛି କେବଳ ମୋମିତା ନୁହେଁ ଯେଉଁ ମହିଳା ମାନେ ବଳାତ୍କାର ଓ ଅମାନୁଷିକ ନିର୍ଯ୍ୟାତନା ରେ ମୃତ ବରଣ କରୁଛନ୍ତି ସେମାନଙ୍କୁ ନ୍ୟାୟ ଦାବୀ ନେଇ ମହିଳା ଓ ମୋମୀତା ଙ୍କ ଆତ୍ମାର ଶାନ୍ତି ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ ।
ଏହି ଶୋଭାଯାତ୍ରା ରେ ଅନେକ ଯୁବକ ସାମିଲ ସ୍ୱତପ୍ରତଃ ଭାବେ ଯୋଡ଼ି ହୋଇ ଘଟଣା କୁ ଦୃଢ଼ ବିରୋଧ କରିବା ସହ ଦୋଷୀ ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି।ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ